(ନୂଆଦିଲ୍ଲୀ): ବର୍ତ୍ତମାନ ଚାଲିଛି ମା ଦୁର୍ଗାଙ୍କ ପୂଜା , ଆଜି ହେଉଛୀ ଅଷ୍ଟମି । ନିଜର ମନଷ୍କାମନା ପୂରଣ କରିବା ପାଇଁ କେତେ କଣ କଦେଇ ମାଙ୍କୁ ସନ୍ତୁଷ୍ଟ କରିଥାନ୍ତି । କିନ୍ତୁ ରାମ ଗୋପାଲ ବର୍ମା ଆପଣାଇଛନ୍ତି ନୂଆ ଫର୍ମୁଲା । ମାଙ୍କୁ ହ୍ୱିସ୍କି ଚଢାଇଛନ୍ତି । ଯାହର ଏକ ଫୋଟ ସେ ନିଜେ ଟ୍ବିଟ କରିଛନ୍ତି । ଏବଂ ଏହାକୁ ନେଇ ସେ ଟୋଲ ମଧ୍ୟ ହେଉଛନ୍ତି । ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ରାମ ଗୋପାଲ ବର୍ମା ନିଜର ମନ୍ତ୍ୟବକୁ ନେଇ ସେ ବେଶ ଚର୍ଚ୍ଚାରେ ରହିଥାନ୍ତି । ଆଉ ନିକଟରେ ଏକ ପୋଷ୍ଟକୁ ନେଇ ମଧ୍ୟ ଟ୍ରୋଲ ହେଉଛନ୍ତି । ସୂଚନା ଅନୁଯାୟୀ ରାମ ଗୋପାଲ ତାଙ୍କ ନୂଆ ଫିଲ୍ମର ସୁଟିଂ ପାଇଁ ତେଲେଙ୍ଗାନାର ୱାରଙ୍ଗାଲରେ ପହଞ୍ଚିଥିଲେ। ଏହି ସମୟରେ ସେ ମୈସମ୍ମା ମାତାଙ୍କ ଦର୍ଶନ କରିବାକୁ ଯାଇଥିଲେ । ସେଠାରେ ସେ ମାତାଙ୍କୁ ହ୍ୱିସ୍କି ଚଢାଇଥିଲେ ଯାହା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରି ଦେଇଥିଲା। ଏହାର ଏକ ଫଟୋ ସେୟାର କରି ରାମ ଗୋପାଲ ଲେଖିଛନ୍ତି- ‘ମୁଁ କେବଳ ଭୋଡକା ପିଏ କିନ୍ତୁ ମୁଁ ମାଙ୍କୁ ହ୍ୱିସ୍କି ଚଢାଇଛି’। ଏହି ମନ୍ଦିରରେ ମାଙ୍କୁ ମଦ୍ୟ ଅର୍ପଣ କରାଯାଇଥାଏ ଏବଂ ପ୍ରଥା ଅନୁଯାୟୀ ରାମ ଗୋପାଲ ଏହା କରିଥିଲେ।