ହତ୍ୟା ମାମଲାରେ ଡେରା ମୁଖ୍ୟ ରାମ ରହିମ ଦୋଷମୁକ୍ତ, ସିବିଆଇ କୋର୍ଟଙ୍କ ରାୟକୁ ରଦ୍ଦ କଲେ ହାଇକୋର୍ଟ

ନୂଆଦିଲ୍ଲୀ: ପୂର୍ବତନ ଡେରା ମ୍ୟାନେଜର ରଣଜିତ ସିଂଙ୍କ ହତ୍ୟା ମାମଲାରେ ଡେରା ସଚା ସୌଦାର ମୁଖ୍ୟ ଗୁରୁମିତ ରାମ ରହିମ ସିଂ ଏବଂ ଅନ୍ୟ ଚାରିଜଣ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କ ଦ୍ୱାରା ନିର୍ଦୋଷ ସାବ୍ୟସ୍ତ ହୋଇଛନ୍ତି । ଗୁରୁମିତ ରାମ ରହିମଙ୍କ ଏକ ଆବେଦନ ଉପରେ ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ପଞ୍ଚକୁଲାର ସ୍ୱତନ୍ତ୍ର କୋର୍ଟ ପୂର୍ବରୁ ଏହି ମାମଲାରେ ଦଣ୍ଡ ଘୋଷଣା କରିଥିଲେ ଯାହା ପରେ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ପଞ୍ଚକୁଲାର ସ୍ୱତନ୍ତ୍ର କୋର୍ଟ ରଣଜିତ ସିଂ ହତ୍ୟା ମାମଲାରେ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମଙ୍କ ସମେତ ପାଞ୍ଚଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।

ଏଥିସହ ଗୁରୁମିତ ରାମ ରହିମଙ୍କ ଉପରେ ୩୧ଲକ୍ଷ ଟଙ୍କା ଜୋରିମାନା ମଧ୍ୟ ଲାଗୁ କରାଯାଇଛି । ସମସ୍ତ ଦୋଷୀଙ୍କୁ ବିଭିନ୍ନ ବିଭାଗ ଅଧୀନରେ ଦଣ୍ଡିତ କରାଯାଇଛି । ଗୁରୁମିତ ରାମ ରହିମଙ୍କ ପାଇଁ ସିବିଆଇ ମୃତ୍ୟୁଦଣ୍ଡ ଦାବି କରିଥିଲା, କିନ୍ତୁ କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଅନ୍ୟପକ୍ଷରେ ଗୁରୁମିତ ରାମ ରହିମଙ୍କ ଓକିଲ ଅଜୟ ବର୍ମନ କହିଛନ୍ତି ଯେ ସେ ଏହି ନିଷ୍ପତ୍ତିକୁ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ଚ୍ୟାଲେଞ୍ଜ କରିବେ । ଏହି ମାମଲାରେ ଗୁରମିତଙ୍କ ବ୍ୟତୀତ ଅନ୍ୟ ଅଭିଯୁକ୍ତ ଅବତାର ସିଂହ, କୃଷ୍ଣଲାଲ, ଜସବୀର ସିଂହ ଓ ସବ୍‌ଦିଲ୍ ସିଂହ ଅଛନ୍ତି ।

ଟ୍ରାଏଲ ବେଳେ ଅନ୍ୟ ଜଣେ ଅଭିଯୁକ୍ତର ମୃତ୍ୟୁ ହୋଇସାରିଛି । ଗୁରମିତ ରାମ ରହିମ ନିଜର ଦୁଇ ଜଣ ମହିଳା ଶିଷ୍ୟଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ୨୦ ବର୍ଷ ଜେଲ୍ ଦଣ୍ଡ ଭୋଗୁଛନ୍ତି । ବଳାତ୍କାର ଓ ସାମ୍ବାଦିକଙ୍କ ହତ୍ୟା ମାମଲାରେ ରାମ ରହିମଙ୍କ ଆବେଦନ ହାଇକୋର୍ଟରେ ବିଚାରାଧୀନ ରହିଛି । ସମ୍ପ୍ରତି ରାମ ରହିମ ରୋହତକଙ୍କ ସୁନାରିଆ ଜେଲରେ ଅଛନ୍ତି । ୨୦୨୧ ମସିହାରେ ଡେରା ମ୍ୟାନେଜର ରଞ୍ଜିତ ସିଂହଙ୍କୁ ହତ୍ୟା ଷଡଯନ୍ତ୍ର କରି ଡେରା ମୁଖ୍ୟ ଅନ୍ୟ ଚାରିଜଣଙ୍କ ସହ ଦୋଷୀ ସାବ୍ୟସ୍ତ ହୋଇଥିଲେ । ରଣଜିତ ସିଂହଙ୍କ ପୁଅ ଏହି ମାମଲାରେ ସିବିଆଇ ତଦନ୍ତ ଦାବି କରି ୨୦୦୩ରେ ହାଇକୋର୍ଟରେ ଆବେଦନ କରିଥିଲେ । ଏହାପରେ ମମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା ।