ଅଲଗା ହେଲେ ରାକ୍ଷୀ-ରିତେଶ!

ମୁମ୍ବାଇ: କଣ୍ଟ୍ରୋଭର୍ସି କୁଇନ୍ ରାକ୍ଷୀ ସାଓ୍ଵନ୍ତ ଓ ସ୍ୱାମୀ ରିତେଶ ଅଲଗା ହୋଇଛନ୍ତି। ନିକଟରେ ରାକ୍ଷୀ ସୋସିଆଲ ମିଡିଆରେ ଏ ନେଇ ସୂଚନା ଦେଇଥିଲେ। ରିତେଶଙ୍କ ଠାରୁ ଅଲଗା ହେବା ପରେ ରାକ୍ଷୀ ବହୁ କଷ୍ଟରେ ଅଛନ୍ତି। ମିଡିଆ ସହ କଥା ହେବା ବେଳେ ଅନେକ ଥର ସେ ନିଜ ମନର ବ୍ୟଥା ସେୟାର କରିଛନ୍ତି। ଅନ୍ୟପଟେ ଏବେ ରିତେଶ ବି ରାକ୍ଷୀଙ୍କ ସହ କାଟିଥିବା ସମୟକୁ ମନରୁ ଲିଭାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ଏବେ ପୋଷ୍ଟ ମାଧ୍ୟମରେ ରିତେଶ ଏହି କଥା କହିଛନ୍ତି। ରିତେଶ ନିଜ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ରାକ୍ଷୀଙ୍କ ସହ ପୁରୁଣା ଭିଡିଓ ସେୟାର କରିଛନ୍ତି। ଭିଡିଓରେ ଉଭୟେ ଡ୍ୟାନ୍ସ କରୁଛନ୍ତି। ଏହି ଭିଡିଓ ସେୟାର କରି ରିତେଶ କ୍ୟାପ୍‌ସନ୍‌ରେ ଲେଖିଛନ୍ତି-ଏହି ସ୍ମୃତିକୁ ଭୁଲିବା ଜରୁରୀ।