ବାପି ସାର୍ଖେଲଙ୍କୁ ରାକ୍ଷୀ ବାନ୍ଧିଲେ ମହିଳା

(ପ୍ରଶାନ୍ତ କୁମାର ସ୍ଵାଇଁ/ପାରାଦ୍ଵୀପ): ପାରାଦ୍ଵୀପ-ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ କାର୍ୟ୍ୟାଳୟ ପରିସରରେ ପବିତ୍ର ରକ୍ଷାବନ୍ଧନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମରେ କୁଜଙ୍ଗ ଓ ପାରାଦ୍ଵୀପ ଅଞ୍ଚଳର ବହୁ ମହିଳା ଯୋଗଦେଇ ଶ୍ରମିକ ସଂଘର ସଭାପତି ବାପି ସାର୍ଖେଲଙ୍କୁ ରାକ୍ଷୀ ବାନ୍ଧିବା ସହ ରାକ୍ଷୀପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଛନ୍ତି। ବନ୍ଦର ନଗରୀ ପାରାଦ୍ଵୀପ ରେ ଗଢି ଉଠିଥିବା ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକରେ କାମ କରୁଥିବା ଶ୍ରମିକ ଭାଇ ଭଉଣୀ ମାନଙ୍କ ସ୍ୱାର୍ଥ ପାଇଁ ଲଢେ଼ଇ କରୁଥିବା ବାପି ସାର୍ଖେଲ ଆମ ମାନଙ୍କୁ ବଡଭାଇର ସ୍ନେହ ଦେଇଛନ୍ତି , ଏବଂ ଆଜି ଆମେ ଭଉଣୀର କର୍ତ୍ତବ୍ୟ ପାଳନ କରିଛୁ ବୋଲି ମହିଳାମାନେ ପ୍ରକାଶ କରିଛନ୍ତି ।