ଆରମ୍ଭ ହେଲା ରାଜବୀରର ଚିକିତ୍ସା 

ଭୁବନେଶ୍ୱର ; ଆରମ୍ଭ ହେଲା ରାଜବୀରର ଚିକିତ୍ସା । ମାର ମମତା ଆଗରେ ହାରମାନିଲା ସବୁ ବାଧାବିଘ୍ନ । ଦୁନିଆଁ ସହିତ ଲଢି ପୁଅକୁ ନୂଆ ଜୀବନ ଦେବାକୁ କରୁଥିଲେ ସଂଘର୍ଷ । କାହିଁକି ନା ସିଏ ପରା ମା । ଯିଏ  ୧୦ମାସ ୧୦ ଦିନ ଗର୍ଭରେ ଧରି ସନ୍ତାନକୁ  ଜନ୍ମ ଦେଇଛି । ସେ କେମିତି ପୁଅର ମୃତ୍ୟୁକୁ ଆଖିରେ ଦେଖି ଚୁପ ବସିବ । ସେଥିପାଇଁ ତ ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଲୋଡିଥିଲେ ସହାୟତର ହାତ । ସୋସିଆଲ ମିଡିଆରେ ପୁଅର ଚିକିତ୍ସା ପାଇଁ ପ୍ରେତ୍ୟକ ଦିନ ଅନୁରୋଧ କରୁଥିଲେ ।

ସାଢେ ୪ କୋଟି ଓଡିଶାବାସୀ ବି ମାଆର ଲୁହକୁ ଦେଖି ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ । କିନ୍ତୁ ମଝିରେ ରାଜବୀର ଚିକିତ୍ସାରେ ବାଧକ ସାଜିଥିଲେ କିଛି ଦଲାଲ । ରାଜବୀର ମାଆ ବାପାଙ୍କର ଗୋଟିଏ ପରେ ଗୋଟିଏ ଭିଡିଓ ଭାଇରାଲ କରି ଦୁନିଆଁ ଆଗରେ ମିଛୁଆ ସଜାଇ ଦେଇଥିଲେ । ହେଲେ ମା ଜାଣିଛି ପୁଅର ଯନ୍ତ୍ରଣା କଣ ।

ଏଥିପାଇଁ ଦୁନିଆଁର ସବୁ ଅପାବାଦକୁ ସହି ପୁଅର ଚିକିତ୍ସା ପାଇଁ ପୁଣି ଅନୁରୋଧ କରିଥିଲେ । କହିଥିଲେ ମୋ ରାଜବୀରକୁ ଦେଖି ସାହାଯ୍ୟ କର । ତୁମେ ରାଜବୀରକୁ ପଛେ ନେଇଯାଅ , ହେଲେ ସହାୟତା ବନ୍ଦ କରନ୍ତୁ ନାହିଁ । ସୋସିଆଲ ମିଡିଆରେ କିଏ ଭଲ କମେଣ୍ଟ ଦେଉଥିଲେ ତ ଆଉ କିଏ କହୁଥିଲେ ପଇସା ପାଇଁ ଏମିତି କରୁଛନ୍ତି ରାଜବୀର ବାପାମାଆ । କିନ୍ତୁ ଏବେ ସବୁ  କିଛିକୁ ପଛରେ ପକାଇ ରାଜବୀର ଚିକିତ୍ସା ଆରମ୍ଭ ହୋଇଛି ।