ଭୁବନେଶ୍ୱର: ବିଜେପିରେ ମିଶିଲେ ରଜତ ଚୌଧୁରୀ ଏବଂ ବିଶ୍ୱଭୂଷଣ ଦାସ । ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ବିଜେପି ସଭାପତିଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ଦୁଇ ନେତା । ପୂର୍ବତନ ଯୁବ କଂଗ୍ରେସ ସଭାପତି ହେଉଛନ୍ତି ରଜତ ଚୌଧୁରୀ । ଶହ ଶହ ସମର୍ଥକଙ୍କ ସହ ବିରାଟ ବାଇକ ଶୋଭାଯାତ୍ରାରେ ଆସି ବିଜେପିରେ କାର୍ଯ୍ୟାଳୟରେ ପହଞ୍ଚିଥିଲେ ରଜତ । କିଛି ଦିନ ତଳେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ରଜତ ।
ସେପଟେ ଆଜି ବିଶ୍ୱ ଭୂଷଣ ଦାସ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସେ କାକଟପୁର ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟରେ ଦୁଇ ଥର ନିର୍ବାଚନ ଲଢି ପରାସ୍ତ ହୋଇଥିଲେ । ପ୍ରଧାନମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ମିଶିଛନ୍ତି ବୋଲି କହିଥିଲେ ।