(ରିିପୋର୍ଟସ ଟୁଡ଼େ): ନିର୍ବାଚନରେ ସ୍ୱଚ୍ଛତା ଆଣିବା ପାଇଁର୍ ନିର୍ବାଚନ କମିଶନ କେତେ ନୀତିନିୟମ କରୁଛନ୍ତି । ହେଲେ ତାହା କାର୍ଯ୍ୟକାରୀ ହୋଇପାରୁ ନାହିଁ । କେଉଁଠି ଭୋଟରଙ୍କୁ ଟଙ୍କା ଦିଆଯାଉଛି ତ ଅନ୍ୟ କେଉଁଠି ଇଭିଏମ୍ ମେସିନ କୁ ଗାୟବ କରିଦିଆ ଯାଇଛି । ରାଜସ୍ଥାନରେ ଆସନ୍ତାକାଲି ବିଧାନସଭା ନିର୍ବାଚନ ପାଇଁ ମତଦାନ ସରିଛି। ଏହାସହ ୨୨୯୦ ପ୍ରାର୍ଥୀଙ୍କର ଭାଗ୍ୟ ଇଭିଏମ୍ରେ ବନ୍ଦ ହୋଇଯାଇଛି। ହେଲେ ଇତିମଧ୍ୟରେ ବାରାଂ ଜିଲା କିଶନନଗର ବିଧାନସଭା ଅଞ୍ଚଳରେ ଜାତୀୟ ରାଜପଥ ୨୭ କଡରେ ଏକ ଇଭିଏମ୍ ସିଲ୍ ହୋଇଥିବା ଅବସ୍ଥାରେ ମିଳିବା ପରେ ଚିନ୍ତା ପ୍ରକାଶ ପାଇଛି। ଏହି ଖବର ମିଳିବା ପରେ ପୋଲିସ ପହଞ୍ଚି ଇଭିଏମ୍କୁ ଜବତ କରିଛି। ଏଥିରେ ସାହାଦ ଅଞ୍ଚଳର ମତଦାନକର୍ମୀଙ୍କ ବେପରୁଆ ମନୋଭାବ ସାମ୍ନାକୁ ଆସିଛି। ଏହି ଘଟଣା ପରେ ପାଲି ବିଧାନସଭା ଅଞ୍ଚଳର ରିଟର୍ଣ୍ଣିଂ ଅଫିସର ମହାବୀରଙ୍କୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ଯୋଧପୁରର ରାକେଶଙ୍କୁ ଦାୟିତ୍ୱ ଦିଆଯାଇଛି। ସୂଚନାଯୋଗ୍ୟ, ମତଦାନ ସମୟରେ ବିଭିନ୍ନ ଜିଲାରେ ଇଭିଏମ୍ ସହ ଖେଳ ଖେଳାଯାଇଛି।