କେନ୍ଦୁଝର : କୋର୍ଟରେ ହାଜର ହେଲେ ରାଜା ଚକ୍ର । କେନ୍ଦୁଝର ଏସ୍ଡିଜେଏମ କୋର୍ଟରେ ରାଜା ଚକ୍ର ହାଜର ହୋଇଛନ୍ତି । ତାଙ୍କ ସହ ଅନ୍ୟ ଦୁଇ ସହଯୋଗୀ ମଧ୍ୟ କୋର୍ଟରେ ହାଜର ହୋଇଛନ୍ତି । ସେପଟେ ଅନ୍ୟ ଏକ ମାମଲାରେ ତାଙ୍କୁ ରିମାଣ୍ଡରେ ନେଇପାରେ କ୍ରାଇମବ୍ରାଞ୍ଚ ।
ସୂଚନା ଅନୁଯାୟୀ , ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସୀ ଅର୍ଥ ହେରଫେର ନେଇ ଏପ୍ରିଲ ୨୦୨୫ରେ ଲୋଡିଂ ଏଜେନ୍ସୀର ସଦସ୍ୟ ସୁଶାନ୍ତ ବାରିକ ସଦର ଥାନାରେ ଏକ ଅଭିଯୋଗ କରିଥିଲେ । ଏହାକୁ ନେଇ ସଦର ଥାନା ପକ୍ଷରୁ ଏକ ମାମଲା ରୁଜୁ ହୋଇଥିଲା । ପରେ ଏହି ମାମଲାଟିକୁ ସିଆଇଡି-ସିବିକୁ ହସ୍ତାନ୍ତର ହୋଇଥିଲା । ଏ ନେଇ ଇଓଡବ୍ଲୁ ପଞ୍ଝାରେ ଥିବା ରାଜା ଚକ୍ରଙ୍କୁ ସ୍ୱତନ୍ତ୍ର ସୁରକ୍ଷା ବଳୟ ଭିତରେ ଆଣି କେନ୍ଦୁଝର ଏସ୍ଡିଜେଏମ୍ କୋର୍ଟରେ ହାଜର କରିଛି ଇଓଡବ୍ଲୁ । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସୀ ଅର୍ଥ ହେରଫେର ମାମଲାରେ ଜେଲ୍ରେ ଅଛନ୍ତି ରାଜା ଚକ୍ର । ଗତ ୧୬ ତାରିଖରେ ରାଜା ଚକ୍ରର ଜାମିନ ଆବେଦନ ଖାରଜ କରିଥିଲେ ହାଇକୋର୍ଟ । ଏହାସହ ରାଜାର ସହଯୋଗୀ ମାନସ ବାରିକ, ଉତ୍କଳ ଦାସ ଓ ସୁଶାନ୍ତ ସାମଲଙ୍କ ଜାମିନ ଆବେଦନ ବି ଖାରଜ ହୋଇଥିଲା ।