ହେଉଛି ସୁନା ଓ ରୂପାର ବର୍ଷା

ଟୋକିଓ: ଟୋକିଓ ପାରାଅଲିମ୍ପିକର ଏକାଦଶତମ ଦିବସରେ ଭାରତ ଉପରେ ସୁନା ଏବଂ ରୂପାର ବର୍ଷା ହୋଇଛି । ଦିନର ଆରମ୍ଭରୁ ଭାରତୀୟ ଶୁଟରମାନଙ୍କୁ ଦୁଇଟି ପଦକ ହାସଲ ହୋଇଛି । ଶୁଟିଂରେ ଭାରତୀୟ ଆଥଲେଟ ମାନଙ୍କର କମାଲ ଦେଖିବାକୁ ମିଳିଛି । ଏହି ଇଭେଣ୍ଟରେ ଭାରତକୁ ଦୁଇଟି ପଦକ ଉପହାର ଦେଇଛନ୍ତି ଫରିଦାବାଦର ମନୀଷ ନରୱାଲ ଏବଂ ସିଂହରାଜ । ୫୦ ମିଟର ପିସ୍ତଲ ଏସଏଚ-୧ରେ ମନୀଷ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ସିଂହରାଜଙ୍କୁ ରୌପ୍ୟ ପଦକ ହାସଲ ହୋଇଛି । ଏହାଦ୍ୱାରା ଭାରତର ପଦକ ସଂଖ୍ୟା ୧୫ରେ ପହଞ୍ଚିଥିବା ବେଳେ ଏଥିମଧ୍ୟରେ ୩ଟି ସ୍ୱର୍ଣ୍ଣ ପଦକ ସାମିଲ ରହିଛି ।