ଭୁବନେଶ୍ୱର : ସାରା ରାଜ୍ୟକୁ ଭିଜାଉଛି ବର୍ଷା । ପଶ୍ଚିମା ଝଡର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ଗତକାଲି ବହୁ ସ୍ଥାନରେ କୁଆପଥର ବର୍ଷା ହୋଇଥିବାବେଳେ ଆଜି ମଧ୍ୟ ବିଭିନ୍ନ ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ପବନ ହୋଇଛି । ଏହାସହ ଅନେକ ସ୍ଥାନରେ ବର୍ଷା ସହ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବ। ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ।
ଏଥିପାଇଁ ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଢେଙ୍କାନାଳ, କେନ୍ଦ୍ରାପଡ଼ା, ଯାଜପୁର, ନୂଆପଡ଼ା, ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର, କୋରାପୁଟ,କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି ଏବଂ କଟକ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି ।
ଆଜି ଠାରୁ ପଶ୍ଚିମା ଝଡର ପ୍ରଭାବ କମିବ କିନ୍ତୁ ଟ୍ରପଲାଇନ୍ ପ୍ରଭାବରେ ୨୫ ତାରିଖ ପ ର୍ଯ୍ୟନ୍ତ ବର୍ଷା ହେବ । ତେବେ ଆସନ୍ତାକାଲିଠୁ ଧିରେଧିରେ ତାପମାତ୍ରା ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବ ।