ଚଳିତ ବଜେଟରେ ଓଡିଶାକୁ ରେଳ ଅନୁଦାନ

ଭୁବନେଶ୍ୱର: ଚଳିତ ବଜେଟରେ ଓଡିଶାକୁ ରେଳ ଅନୁଦାନ ମିଳିଛି । ଚଳିତଥର ରେଳ ବଜେଟରେ ଓଡିଶାର ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ୍ ପାଇଁ ୮୯୧ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଅନୁଗୁଳ-ସୁକିନ୍ଦା ରେଳ ଲାଇନ୍ ପାଇଁ ୪୭୫ କୋଟି ଟଙ୍କା ମଞ୍ଜୁର ହୋଇଛି । ସେହିପରି ହରିଦାସପୁର-ପାରାଦୀପ ଲାଇନ୍ ପାଇଁ ୮୫ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଅନ୍ୟପଟେ ତାଳଚେର-ବିମଳାଗଡ ରେଳଲାଇନ୍ ପାଇଁ ୨୫୦ କୋଟି ଟଙ୍କା, ଜୟପୁର-ମାଲକାନଗିରି ପାଇଁ ୧୩.୮୦ କୋଟି, ଜୟପୁର-ନବରଙ୍ଗପୁର ପାଇଁ ୮୧ କୋଟି, ନୌପଡା-ଗୁଣୁପୁର-ଥେରୁବାଲି ପାଇଁ ୧୦ କୋଟି ଟଙ୍କା, ତାଳଚେର-ଅନୁଗୁଳ ନୂଆ ଲାଇନ୍ ପାଇଁ ୧୮ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ସୂଚନା ମିଳିଛି ।