ବ୍ରହ୍ମପୁର– ପୁଣୀ ଦେଖିବାକୁ ମିଳିଛି ବେଆଇନ ଗୁଟଖା କାରବାର । ଏଭଳି ଘଟଣା ବ୍ରହ୍ମପୁର ବପବଜାର ଥାନା ଅନ୍ତର୍ଗତ କାଳୁପାତ୍ର ସାହିର ଏକ ଭଡା ଘରେ ବେଆଇନ ଗୁଟଖା କାରବାର ଚାଲୁଥିଲାବେଳେ ଚଢାଉ କରିଥିଲା ଜିଲ୍ଲା ପ୍ରଶାସନ ।ବିପୁଳ ପରିମାଣର ଗୁଟଖା ସାମଗ୍ରୀ ସହ ଗୁଟଖା ତିଆରିରେ ବ୍ୟବହୃତ ହେଉଥିବା ଅନେକ ସରଞ୍ଜାମ ଜବତ ସହ ୨ ଅଭିଯୁକ୍ତ ଥାନାରେ ଅଟକ ।ଏନେଇ ସୂଚନା ମିଳିବା ପରେ ଜିଲ୍ଲା ପ୍ରଶାସନ ଚଢାଉ କରିଥିଲା । ଚଢାଉ ବେଳେ ବିପୁଳ ପରିମାଣର ଗୁଟଖା ସାମଗ୍ରୀ ସହ ଅନ୍ୟାନ୍ୟ ସରଞ୍ଜାମ ଜବତ ହୋଇଛି। ଏହା ସହ ୨ ଜଣ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିବା ସହ ଦୁଇଟି ଗାଡ଼ି ଜବତ କରିଛି ପୋଲିସ। ତେବେ ଭଡା ଘରେ ଏଭଳି ବେଆଇନ୍ ୟୁନିଟ୍ ଚାଲିଥିଲା ନାଆଉ କାହାର ସମ୍ପୃକ୍ତି ରହିଛି ଏନେଇ ଅଧିକ ତଦନ୍ତ ଚାଲିଛି । ଏନେଇ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।