ଅଚଳାଚଳ ସମ୍ପତ୍ତିର ମାଲିକ ବୌଦ୍ଧ MVI, ବାବୁଙ୍କ ନାଁରେ ରହିଛି ୪୪ ପ୍ଲଟ୍

ବାରିପଦା: ଅଚଳାଚଳ ସମ୍ପତ୍ତିର ମାଲିକ ବୌଦ୍ଧ MVI । ବୌଦ୍ଧ MVI ଗୋଲାପ ଚନ୍ଦ୍ର ହାଂସଦାଙ୍କ ବଢୁଛି ସମ୍ପତ୍ତି ତାଲିକା । ୪୪ ପ୍ଲଟ୍ ସହ ୩୩୦୦ ବର୍ଗଫୁଟର ଗୋଟିଏ ବହୁତଳ କୋଠା ଠାବ କରିଛି ଭିଜିଲାନ୍ସ ବିଭାଗ । ୨ଟି ସୁନା ବିସ୍କୁଟ୍‌ ସହ ୧ କେଜିର ସୁନା ଗହଣା ମଧ୍ୟ ଠାବ ହୋଇଛି । ଏଥିସହ ୨ କେଜିରୁ ଅଧିକ ରୁପା, ୨ ଲକ୍ଷ ୩୮ ହଜାର ନଗଦ ଟଙ୍କା, ୧ କୋଟି ୩୪ ଲକ୍ଷର ବ୍ୟାଙ୍କ, ପୋଷ୍ଟାଲ, ବୀମା ମଧ୍ୟ ଠାବ ହୋଇଛି । ସେହିପରି ଝିଅର ମେଡିକାଲ ପଢ଼ା ପାଇଁ ଖର୍ଚ୍ଚ କରିଛନ୍ତି ୪୦ ଲକ୍ଷ ଟଙ୍କା । ଏତଦ୍ ବ୍ୟତୀତ ଗୋଟିଏ ଚାରି ଚକିଆ, ୩ଟି ଦୁଇ ଚକିଆ ଯାନ ମଧ୍ୟ ମିଳିଛି ।

ତେବେ ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ସକାଳୁ ବୌଦ୍ଧର MVI ଗୋଲାପ ଚନ୍ଦ୍ର ହାଁସଦାଙ୍କ ବାସଭବନ ସମେତ ୬ଟି ସ୍ଥାନରେ ଏକକାଳୀନ ଚଢାଉ କରିଥିଲା ଭିଜିଲାନ୍ସ । ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟି ବଳରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ୪ଜଣ ଡିଏସପି, ୭ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଏକକାଳୀନ ଚଢ଼ାଉ କରାଯାଇଥିଲା । ବାରିପଦା, ବୌଦ୍ଧ ଏବଂ ଭୁବନେଶ୍ୱର ସମେତ ତାଙ୍କ ୬ଟି ସ୍ଥାନରେ ଚଢ଼ାଉ ଚାଲିଥିଲା ।