ଅବକାରୀ ବିଭାଗ ପକ୍ଷରୁ ନକଲି ମଦ ଦୋକାନ ଉପରେ ଚଢ଼ାଉ

ଗଞ୍ଜାମ(ହର ପ୍ରସାଦ ବିଶୋଇ): ବ୍ରହ୍ମପୁର ସହରରେ ନକଲି ମଦ କାରବାର କମିବାରେ ନା ଧରୁନି । ପୁଲିସ ଓ ଅବକାରୀ ବିଭାଗ ସହରରେ ନକଲି ବିଦେଶୀ ମଦ କାରାଗାର ଖାନା ଉପର ଚଡାଉ କରି ଜବତ କରୁଛି । ଏବଂ ବାରମ୍ବାର ଅଭିଯୁକ୍ତମାନେ ଗିରଫ ହୋଇ ଜେଲ୍ ଯାଉଛନ୍ତି । ତେବେ କିଛି ଦିନ ବ୍ୟବଧାନ ପରେ ପୁଣି ବ୍ରହ୍ମପୁର ସହରରେ ନକଲି ମଦ କାରବାର ସାମ୍ନାକୁ ଆସିଛି । ବଡ଼ ବଜାର ଥାନା ଅନ୍ତର୍ଗତ ଜଗନ୍ନାଥ ବିହାର ନିକଟ ଏକ ଘରେ ନକଲି ମଦ ପ୍ରସ୍ତୁତି ହେଉଥିବା ଜାଣିବା ପରେ ପୁଲିସ ଚଢଉ କରିଥିଲା । ଏହି ମାମଲାରେ ପୁଲିସ କାଳୁପାତ୍ର ସାହିର ଟୁକୁନା ବିଷୟୀ (୩୬)ଙ୍କୁ ଗିରଫ କରିଛି ।

ସୂଚନାଯୋଗ୍ୟ ଯେ ଜଗନ୍ନାଥ ବିହାରର ଶେଷରେ ଶ୍ମଶାନ ନିକଟରେ ଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହୋଇଥିବା ଗୃହକୁ ଭଡାରେ ନେଇ ନକଲି ବିଦେଶୀ ମଦ ପ୍ରସ୍ତୁତ କରୁଥିବା ପୁଲିସ ଖବର ପାଇଥିଲା । ଉକ୍ତ ସ୍ଥାନରେ ଥାନା ଅଧୁକାରୀ ପ୍ରଶାନ୍ତ ଭୂପତିଙ୍କ ନେତୃତ୍ବରେ ଏକ ଟିମ୍ ଚଢଉ କରିଥିଲେ । ସେହି ସ୍ଥାନାରୁ ୪୦ଲିଟର ସିରିଡି , ୧୩୯ ଲିଟର ବିଦେଶୀ ନକଲି ମଦ , ଅନେକ ଖାଲି ବୋତଲ , ଠିପି ଓ ବିଭିନ୍ନ ବ୍ରାଣ୍ଡର ଲ୍ୟାବଲ୍ ଜବତ କରିଛି । ଏହାକୁ ପୁଲିସ ଜବତ କରିଥିବା ସହ ମାମଲା ରୁଜୁ କିରି ମଦ ପ୍ରସ୍ତୁତିକାରୀଙ୍କୁ ଗିରଫ କରିଥିବା ବେଳେ ମାଲିକ ଫେରାର୍ ଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ସୂଚନା ରୁ ପ୍ରକାଶ ଥାଉ କି ଗତ ଫେବୁଆରୀ ମାସରେ ବଡ଼ ବଜାର ଥାନା ପୁଲିସ ଚଢ଼ାଉ କରି ସିଟି ହାଇସ୍କୁଲ ରୋଡ଼ରୁ ବହୁ ପରିମାଣର ସ୍ପୀରିଡ଼ ଜବତ କରିଥିଲା ।

ସଂପୃକ୍ତ ମାମଲାରେ ହୋମିଓପ୍ୟାଥ ଡାକ୍ତର ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ବ୍ରହ୍ମପୁର ସହରରେ ଚାଲିଛି ନକଲି ମଦ ସାମ୍ରାଜ୍ୟ ଯାହାକୁ ରୋକିବା ପାଇଁ ପୁଲିସ ଓ ଅବକାରୀ ବିଭାଗ ଉଭୟେ ଚଡାଉ ଜାରି ରଖିଛିନ୍ତି । ବଡ଼ ବଜାର ଥାନା ଅନ୍ତର୍ଗତ ଜଗନ୍ନାଥ ବିହାର ନିକଟ ଏକ ଘରେ ନକଲି ମଦ ପ୍ରସ୍ତୁତି ହେଉଥିବା ଜାଣିବା ପରେ ପୁଲିସ ଚଢଉ କରିବା ସହ ବିଭିନ୍ନ ମଦ ସାମଗ୍ରୀ ଜବର କରିବା ସହ ପ୍ରସ୍ତୁତିକାରୀଙ୍କୁ ଗିରଫ କରିଛି ପୁଲିସ । ତେବେ ଏଠାରେ ଏହି ନକଲି ମଦ ପ୍ରସ୍ତୁତ କରି ସହରର ବିଭିନ୍ନ ଦୋକାନରେ ବିକ୍ରି କରାଯାଉବା ଜଣାପଡ଼ିଛି । ଅନ୍ୟପକ୍ଷରେ ଏଥିରେ ଆଉ କେଉଁ କେଉଁ ମାନେ ସାମିଲ ଅଛନ୍ତି ଏବଂ ଏହି ନକଲି ମଦ କେଉଁ ସ୍ଥାନରେ ବିକ୍ରି କରାଯାଉଥିଲା ଏଭଳି ଅନେକ ଦିଗକୁ ନେଇ ପୁଲିସ ତଦନ୍ତ କରୁଛି । ଏହି ଚଢଉରେ ଟାଉନ୍ ଏଡିପିଓ ବିଷ୍ଣୁ ପ୍ରସାଦ ପତି , ବଡ଼ ବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ସମେତ ଅନ୍ୟମାନେ ଉପସ୍ଥିତଥିଲେ ।