ହିଞ୍ଜିଳି(ରଜନୀକାନ୍ତ ପାତ୍ର): ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଦୀପ ସାହିରେ ଅପମିଶ୍ରିତ ମଦ କାରଖାନା ଉପରେ ହୋଇଛି ଚଢାଉ । ଅବକାରୀ ବିଭାଗ ସହ ଗୋଷାଣୀନୂଆଗାଁ ପୋଲିସ ମିଳିତ ଭାବେ ଏଠାରେ ଚଢାଉ କରିଛନ୍ତି । ଚଢାଉ ବେଳେ ୪୨୫ ଲିଟର ଅପମିଶ୍ରିତ ମଦ, ପ୍ୟାକିଂ ମେସିନ ସହିତ ମଦ ପ୍ରସ୍ତୁତି ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି । ଏଥି ସହ ଡି. ଉଦୟଭାନୁ ରେଡ୍ଡୀକୁ ଅଟକ ରଖି ପୋଲିସ ପଚରାଉଚରା ଜାରି ରଖିଛି ।