ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସାଇଣ୍ଟିଫିକ ଅଫିସର ଦେବାଶିଷ ପଣ୍ଡାଙ୍କ ଘରେ ରେଡ

ଭୁବନେଶ୍ୱର:- ଭିଜିଲାନ୍ସ ଜାଲରେ ରାଜ୍ୟ ଡ୍ରଗ୍ସ ଟେଷ୍ଟିଂ ଲ୍ୟାବର ପ୍ରିନ୍ସିପାଲ ସାଇଣ୍ଟିଫିକ ଅଫିସର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସାଇଣ୍ଟିଫିକ ଅଫିସର ଦେବାଶିଷ ପଣ୍ଡାଙ୍କ ଘରେ ରେଡ ଚାଲିଛି । ଭୁବନେଶ୍ୱରର ୪ଟି ଘର, ସମ୍ୱଲପୁର ଘର ଓ ଅଫିସ୍ ସମେତ ୭ଟି ସ୍ଥାନରେ ଚଢାଉ ହେଉଛି । ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ୪ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର, ୪ ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଏକକାଳୀନ ଚଢ଼ାଉ କରାଯାଇଛି ।

ନୟାପଲ୍ଲୀ ବେହେରା ସାହି ସ୍ଥିତ ମେଟ୍ରୋ ସିଟିରେ ୨ଟି ଫ୍ଲାଟ୍‌, ଏସପ୍ଲାନେଡ୍ ୱାନ୍ ମଲ୍‌ରେ OU-୬୩୪, ଭୁବନେଶ୍ୱର ବଳଭଦ୍ରପୁର ସ୍ଥିତ ପ୍ରେଷ୍ଟିଜ୍ ଆପାର୍ଟମେଣ୍ଟର ଏକ ଫ୍ଲାଟ୍, ସମ୍ୱଲପୁର ବରେଇପାଲି ସ୍ଥିତ ତାଙ୍କ ଭଡ଼ା ଘର, ବ୍ରହ୍ମପୁର ସ୍ଥିତ ପୈତୃକ ଘର ଏବଂ ସମ୍ୱଲପୁର ସ୍ଥିତ ତାଙ୍କ ଅଫିସ ଚାମ୍ୱରରେ ଏକକାଳୀନ ଚଢାଉ କରୁଛି ଭିଜିଲାନ୍ସ ଟିମ୍ ।