ପେଟ୍ରୋଲ ପମ୍ପରେ ଯୋଗାଣ ବିଭାଗର ଚଢାଉ

(ଜୟନ୍ତ କୁମାର ସେଠୀ ): ପୁରୀ ଜିଲ୍ଲା ପିପିଲି ମଙ୍ଗଲପୁର ମହାଲକ୍ଷ୍ମୀ ପେଟ୍ରୋଲ ପମ୍ପ ରେ ଯୋଗାଣ ବିଭାଗର ଚଢ଼ାଉ କରିଛି । ୩୧ ନମ୍ବର ଜାତୀୟ ରାଜପଥରେ ଥିବା ଏହି ପମ୍ପରେ ମାପ ଓଜନ ଠକେଇ ଅଭିଯୋଗ ରେ ପାଞ୍ଚ ଜଣିଆ ଟିମ୍ ଆଜି ଚଢ଼ାଉ କରିଛନ୍ତି । ଗତକାଲି ୫୦ ଟଙ୍କାରେ ୪୦୦ ଗ୍ରାମ ପେଟ୍ରୋଲ ଗ୍ରାହକ ଙ୍କୁ ମିଳୁଥିବା ଅଭିଯୋଗ ଆସିବା ପରେ ଆଜି ଯୋଗାଣ ବିଭାଗର ଅଧିକାରୀ ମାନେ ଚଢ଼ାଉ କରିବା ସହ ସାମ୍ପୁଲ ଟେଷ୍ଟ କରିବା ସହ ମାପ ଯାଞ୍ଚ କରିଥିଲେ ।