ଆସିକା : କଲିକତାରୁ କେରଳଯାନରେ ଅଭିଯାନରେ ବାହାରିଛନ୍ତି ରାହୁଲ ସ୍ଵ । ସାଇକେଲରେ ଯାତ୍ରା କରିବା ସହିତ ବିଭିନ୍ନ ଅଞ୍ଚଳର ସଂସ୍କୃତି ଓ ପରମ୍ପରା ବିଷୟରେ ଜାଣିବାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ରଖିଥିବା କହିଛନ୍ତି ରାହୁଲ । ଘରୁ ବାହାରିବା ସମୟରେ ବାଟ ଘାଟରେ ରହିବା ପାଇଁ ଅସ୍ଥାୟୀ ତମ୍ବୁ ସାଙ୍ଗକୁ ଆବଶ୍ୟକୀୟ ପୋଷାକ ନେଇ ସାଇକେଲ ଯାତ୍ରା ଆରମ୍ଭ କରିଛନ୍ତି । ଭାରତର ବିଭିନ୍ନ ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ଜାଣିବା ପାଇଁ ବାଇକରେ ବାହାରିଲେ ଅଧିକା ଖର୍ଚ୍ଚାନ୍ତ ହେବାକୁ ପଡିବ ସେଥିପାଇଁ ସେ ସାଇକେଲରେ ବାହାରିବାର ନିଷ୍ପତ୍ତି ନେଇଥିଲେ । ମାତ୍ର ୫୦୦୦ଟଙ୍କା ଧରି ନିଜ ଅଭିଯାନରେ ବାହାରି ଆସିଛନ୍ତି ରାହୁଲ । ରାହୁଲଙ୍କୁ ବାଟ ଘାଟରେ ଶୁଭେଚ୍ଛା ଜଣାଇବା ସହିତ ଲୋକ ମାନଙ୍କ ସମର୍ଥନ ମିଳୁଥିବା ଦେଖିବାକୁ ମିଳିଛି । ସେ ଦୀର୍ଘ କିଲୋମିଟର ରାସ୍ତା ସାଇକେଲ ମଧ୍ୟମରେ ଆସି ଆସ୍କା ନିକଟସ୍ଥ ଗୁଣ୍ଠପଡ଼ା ଗ୍ରାମରେ ପହଂଚି ଥିବା ଜଣା ପଡିଛି । ଏଠାରୁ ସେ ବିଶାଖାପାଟଣା ଦେଇ କେରଳ ପର୍ୟ୍ୟନ୍ତ ଯିବାର ଲକ୍ଷ୍ୟ ରଖିଛନ୍ତି । ସ୍ଥାନୀୟ ଅଞ୍ଚଳର କିଛି ଲୋକ ରାହୁଲଙ୍କୁ ପାନୀୟ ଜଳ ସାଙ୍ଗକୁ ଖାଦ୍ୟର ବ୍ୟବସ୍ଥା କରିବା ସହିତ ପ୍ରାଥମିକ ଚିକିତ୍ସାର ବ୍ୟବସ୍ଥା କରିଥିବା ଜଣାପଡିଛି । ବିଭିନ୍ନ ଅଞ୍ଚଳ ଦେଶର ସଂସ୍କୃତି ଓ ପରମ୍ପରା ବିଷୟରେ ଜାଣିବାର ଇଚ୍ଛା ଶକ୍ତି ଓ ଆଗ୍ରହ ପାଇଁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି ।