ରାହୁଲ ଗାନ୍ଧୀଙ୍କ ଟ୍ରାକ୍ଟର ଜବତ

ନୂଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ) : କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଇଥିବା କୃଷି ଆଇନକୁ ବିଗତ କିଛି ମାସ ଧରି କୃଷି ନେତା ଓ ବିରୋଧି ଦଳ ମାନଙ୍କ ତରଫରୁ ଏହାକୁ ତୀବ୍ର ଭାବେ ବିରୋଧ ହୋଇଆସୁଛି । ସୋମବାର କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଟ୍ରାକ୍ଟର ଚଳାଇ ମୌସୁମୀ ଅଧିବେଶନରେ ଯୋଗଦେବା ଲାଗି ସଂସଦ ଭବନରେ ପହଞ୍ଚିଥିଲେ । ଏହି ବିରୋଧରେ ରାହୁଲଙ୍କ ସହିତ ଟ୍ରାକ୍ଟରରେ ରଣଦୀପ୍ ସୁର୍ଜେଓ୍ବାଲା, ବି.ବି. ଶ୍ରୀନିବାସ, ଦୀପେନ୍ଦ୍ର ହୁଡ୍ଡାଙ୍କ ସମେତ ଅନ୍ୟ ନେତାଙ୍କୁ ଟ୍ରାକ୍ଟରରେ ବସିଥିବାର ଦେଖିବାକୁ ମିଳିଥିଲା। କୃଷି ଆଇନ ବିରୋଧ ସମୟରେ ହାତରେ ପ୍ଲା କାର୍ଡ ଧରି କଂଗ୍ରେସ ନେତା ମାନେ ବିରୋଧ କରିଥିଲେ। ଏହି ଅବସରରେ ରାହୁଲ କହିଥିଲେ ଯେ, କେନ୍ଦ୍ର ସରକାର ଚାଷୀଙ୍କ ସମସ୍ୟା ବୁଝୁ ନାହାନ୍ତି। ସରକାରଙ୍କୁ କୃଷି ଆଇନକୁ ଫେରାଇ ନେବାକୁ ପଡ଼ିବ। ଏହା ସମ୍ପୂର୍ଣ୍ଣ ଭାବେ କଳା ଆଇନ ବୋଲି ରାହୁଲ ଅଭିଯୋଗ କରିଛନ୍ତି। କେନ୍ଦ୍ର ସରକାର ଜାଣିଶୁଣି ଚାଷୀଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣୁଛନ୍ତି।
ରାହୁଲଙ୍କ ପରେ ଏବେ ଉକ୍ତ ଟ୍ରାକ୍ଟର ଚର୍ଚ୍ଚାର ପରିସରକୁ ଆସିଛି। କାରଣ ଦିଲ୍ଲୀ ପୋଲିସ ଉକ୍ତ ଟ୍ରାକ୍ଟରକୁ ଜବତ କରିଛି। ସବୁଠାରୁ ବଡ଼ କଥା ହେଲା ଉକ୍ତ ଟ୍ରାକ୍ଟରରେ କୌଣସି ନମ୍ବର ପ୍ଲେଟ୍ ନ ଥିବା କ୍ଷପୋଲିସ ସୂଚନା ଦେଇଛି। ମୌସୁମୀ ଅଧିବେଶନ ଯୋଗୁ ଏହି ଅଞ୍ଚଳରେ ୧୪୪ଧାରା ବଳବତ୍ତର ରହିଛି। ଏଭଳି ସ୍ଥିତିରେ ରାହୁଲ ପୂର୍ବରୁ କୌଣସି ସୂଚନା ନ ଦେଇ ଟ୍ରାକ୍ଟର ଚଳାଇ ସଂସଦରେ ପହଞ୍ଚିଥିଲେ। ରାହୁଲଙ୍କ ସହ ରଣଦୀପ ସୁର୍ଜଓ୍ବୋଲା, ଶ୍ରୀନିବାସ ବି.ଭି., ଦୀପେନ୍ଦ୍ର ହୁଡ୍ଡାଙ୍କ ସମେତ ଅନ୍ୟ ନେତାମାନେ ମଧ୍ୟ ଉକ୍ତ ଟ୍ରାକ୍ଟରରେ ବସିଥିବାର ଦେଖିବାକୁ ମିଳିଥିଲା
କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ ଟି କୃଷି ଆଇନକୁ ବିରୋଧ କରି ଦୀର୍ଘ ୮ ମାସ ହେବ କୃଷକ ସଂଗଠନମାନେ ଧାରଣାରେ ବସିଛନ୍ତି । ସଂସଦରେ ମୌସୁମୀ ଅଧିବେଶନ ଚାଲିଥିବା ବେଳେ କୃଷକମାନେ ସଂସଦ ଭବନ ଆଗରେ ଧାରଣାରେ ବସଛନ୍ତି । ଦିଲ୍ଲୀର ଜନ୍ତର ମନ୍ତର ଠାରେ ଦୈନିକ ୨୦୦ କୃଷକ ଧାରଣାରେ ଯୋଗ ଦେଉଛନ୍ତି । କୃଷକ ଆନ୍ଦୋଳନର ନେତୃତ୍ୱ ନେଉଥିବା ସଂଯୁକ୍ତ କିଷାନ ମୋର୍ଚ୍ଚା ଏହି ଧାରଣାର ନାମ ‘କିଷାନ ସଂସଦ’ ରଖିଛନ୍ତି । ଅନ୍ୟପଟେ କୃଷକଙ୍କ ଏଭଳି ନିଷ୍ପତ୍ତିକୁ ଦେଖି ସିଂଘୁ ସୀମାରେ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି । ପୁରା ଅଞ୍ଚଳକୁ ପୋଲିସ ସୁରକ୍ଷାବଳ ଭିତରେ ରଖିଥିବା ଦେଖିବାକୁ ମିଳିଛି ।