ପ୍ରଚାର ସମୟକୁ ନେଇ ଟ୍ରୋଲ ହେଲେ ରାହୁଲ

(ରିପୋର୍ଟସ ଟୁଡ଼େ / ନୂଆଦିଲ୍ଲୀ ): ଦିଲ୍ଲୀ ନିର୍ବାଚନକୁ ବାକି ରହିଲା ଦିନ ୪ଟା । ଦିଲ୍ଲୀରେ କଂଗ୍ରେସର ପ୍ରଚାର ଶୂନ । ଆଜି କଂଗ୍ରେସର ପ୍ରଚାର ଦିନ ୩ଟା ବେଳେ ଥିବା ବେଳେ ରାହୁଲ ୩ଟା ୫୧ ରେ ଟ୍ୱିଇଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
ଗାନ୍ଧୀ ପରିବାରର ଯୁବରାଜ ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ ସବୁ ବେଳେ ନିଜ ଭାଷଣରେ ଏପରି କିଛି ବୟାନ ଦେଇଥାନ୍ତି ଯାହାକୁ ନେଇ ପରମୁହୁର୍ତ୍ତରେ ସେ ସମାଲୋଚନାର ଶୀକାର ହୁଅନ୍ତି । ଆଜି ରାହୁଲଙ୍କ ଆଉ ଏକ ନମୁନା ଦେଖିବାକୁ ମିଳିଛି । ଆଜି ଦିଲ୍ଲୀ ଜଙ୍ଗପୁର ଓ ସଙ୍ଗମ ବିହାରରେ ଭାରତୀୟ ଜନତା ପାର୍ଟି ଓ ଆପ ସରକାରଙ୍କ ଜନବିରୋଧୀ ନୀତି ଉପରେ ଦିନ ୩ଟାରେ ନିର୍ବାଚନୀ ପ୍ରଚାର କରିବେ ବୋଲି ଅପରାହ୍ନ ୩ଟା ୫୧ ମିନିଟରେ ଟ୍ୱିଇଟ କରି ସୂଚନା ଦେଇଛନ୍ତି । ସେ ଅର୍ଥାତ ୩ଟା ବେଳେ ସମ୍ଭୋଧନ କରିବେ ବୋଲି ୧ ଘଣ୍ଟା ବିଳମ୍ବରେ ସୂଚନା ଦେଇଥିବା ଜଣାପଡ଼ିଛି । ଏଥିରୁ ରାହୁଲଙ୍କ ସମୟ ଜ୍ଞାନ ବେଶ ସ୍ପଷ୍ଟ ଭାବେ ବାରି ହୋଇପଡ଼ୁଛି । ରାହୁଲ ଗାନ୍ଧୀଙ୍କଏହି ଟ୍ୱିଇଟକୁ ନେଇ ଏବେ ସୋସିଆଲ ମିଡ଼ିଆରେ କଟାକ୍ଷ କରାଯାଉଛି ।