( ଚିତ ରଞ୍ଜନ ସାହୁ) : ଲଢୁଆ ବିମାନ କିଣାରେ ବର୍ତ୍ତମାନ କେନ୍ଦ୍ରସରକାର ବଡ ଧରଣର ଦୁର୍ନିତୀ କରିଛନ୍ତି । ଆଜି ବରଗଡରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଏଆଇସିସି ମୁଖପାତ୍ର ପ୍ରମାଦ ଖେରା । ସେ ଆହୁରି ମଧ୍ୟ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସଠାରୁ ଅଧିକ ଦରରେ ଲଢୁଆ ରାଫେଲ ବିମାନ କିଣିଛନ୍ତି । କିନ୍ତୁ ୟୁପିଏ -୨ ସମୟରେ ହୋଇଥିବା ଚୁକ୍ତି ଅନୁସାରେ ସେହି ସମାନ ଟଙ୍କାରେ ଫ୍ରାନ୍ସ କେବଳ ବିମାନ ନୁହେଁ ଏଥିସହ ତାର ଟେକ୍ନୋଲୋଜି ମଧ୍ୟ ଦେବା କଥା । ଶ୍ରୀଯୁକ୍ତ ଖେରା କହିଥିଲେ ରାଫେଲ ବିମାନର ରକ୍ଷଣା ବେକ୍ଷଣା ପାଇଁ ହିନ୍ଦୁସ୍ଥାନ ଏରୋନେଟିକ ଲିମିଟେଡକୁ ନ ଦେଇ ଅମ୍ବାନୀଙ୍କ କମ୍ପାନୀକୁ ରକ୍ଷଣାବେକ୍ଷଣ ଦାୟିତ୍ୱ ଦେଇ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିଛନ୍ତି ।