ଗୋପ/ଜୟନ୍ତ କୁମାର ସେଠୀ: ସାରା ବିଶ୍ୱରେ ଏବେ କରୋନା ସ୍ଥିତି ଅଣାୟତ। ସଂକ୍ରମଣର ହାର ଯେତିକି ବଢୁଛି ମୃତ୍ୟର ଅନୁପାତ ମଧ୍ୟ ସେତିକି ବଢ଼ିବାରେ ଲାଗିଛି। ମେଡିକାଲ ଗୁଡ଼ିକରେ ରୋଗୀଙ୍କ ସଂଖ୍ୟାର ବୃଦ୍ଧି ଯୋଗୁଁ ଅନେକ ଗୁରୁତର ଥିବା ରୋଗୀ ସଠିକ ଭାବେ ଅକ୍ସିଜେନ ମଧ୍ୟ ପାଇ ପାରୁନାହାନ୍ତି। ଅକ୍ସିଜେନ ଜନିତ ଏହି ସମସ୍ୟାକୁ ହୃଦୟଙ୍ଗମ କରି ଏବଂ କୌଣସି ବି ରୋଗୀ ଯେପରି ଅକ୍ସିଜେନ ବିନା ମୃତ୍ୟୁ ମୁଖରେ ନପଡ଼େ ସେଥିଲାଗି କୋଣାର୍କ କୋଭିଡ କେୟାର ସେଣ୍ଟରକୁ ୪ଟି ଅକ୍ସିଜେନ କଂସିଟ୍ରେଟର ପ୍ରଦାନ କରିଛନ୍ତି ଆକ୍ସନ ଏଡ଼। ଆକ୍ସନ ଏଡ଼ ସହ ରେଡ଼ିଓ ନମସ୍କାର ପକ୍ଷରୁ ଏପରି ନିଆରା ପ୍ରୟାସ ଦ୍ୱାରା ଆଗକୁ କୋଭିଡ କେୟାର ସେଣ୍ଟର ରେ ଆଉ ଅକ୍ସିଜେନ ର ଅଭାବ ଦେଖା ଯିବ ନାହିଁ ବୋଲି ସୂଚନା ମିଳିଛି।ବିଶେଷ କରି ଦ୍ବିତୀୟ ଲହର ପରେ ଆଗାମୀ ଦିନରେ କୋଭିଡ ର ତୃତୀୟ ଲହର ଆସୁଥିବା ଏବଂ ଏହା ଛୋଟ ଛୋଟ ଶିଶୁ ଙ୍କ ପାଇଁ ବିଶେଷ ପ୍ରଭାବ ପକାଇବ ବୋଲି ଆଶଙ୍କା ଥିବାରୁ ଏହାକୁ ଆଖିରେ ରଖି ଆକ୍ସନ ଏଡ଼ ଓ ରେଡ଼ିଓ ନମସ୍କାର ଦ୍ୱାରା ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।
ଆକ୍ସନ ଏଡ଼ ଦ୍ୱାରା ଏପର୍ୟ୍ୟନ୍ତ ସାରା ଦେଶରେ ପ୍ରାୟ ୭ ହଜାର ରୁ ଉର୍ଦ୍ଧ୍ବ ପରିମାଣ ର ଅକ୍ସିଜେନ କଂସିଟ୍ରେଟର ବଣ୍ଟନ ସରିଥିବା ବେଳେ ଆଜି କୋଣାର୍କ କୋଭିଡ କେୟାର ସେଣ୍ଟରରେ ଏହାର ବଣ୍ଟନ କରଯାଇଥିବା ସୂଚନା ଦେଇଛନ୍ତି ଆକ୍ସନ ଏଡ଼ ର ଡେପୁଟି ଡ଼ାଇରେକ୍ଟର ଦେବବ୍ରତ ପାତ୍ର।ଅନ୍ୟପକ୍ଷରେ ଯଦି ଆବଶ୍ୟକ ପଡେ ଏବଂ ସରକାର ଯଦି ଅନୁମତି ଦିଅନ୍ତି ତେବେ କୋଣାର୍କ ରେ ଅକ୍ସିଜେନ ପ୍ଲାଣ୍ଟ ଖୁବଶୀଘ୍ର ଆକ୍ସନ ଏଡ଼ ପକ୍ଷରୁ ନିର୍ମାଣ କରିବା ସହ ଆକ୍ସନ ଏଡ଼ ଦ୍ୱାରା ଆଗାମୀ ଦିନରେ ରାସନ କିଟ ବଣ୍ଟନ କରାଯିବାର କାର୍ୟ୍ୟକ୍ରମ ମଧ୍ୟ ରଖିଛନ୍ତି।ଆଜିର ଏହି କାର୍ୟ୍ୟକ୍ରମ ରେ ଆକ୍ସନ ଏଡ଼ର ଡେପୁଟି ଡ଼ାଇରେକ୍ଟର ଦେବବ୍ରତ ପାତ୍ର, ପ୍ରୋଗ୍ରାମିଙ୍ଗ ମ୍ୟାନେଜର ବି ଏନ ଦୁର୍ଗା,ଗୋପ ମେଡିକାଲ ଅଧିକାରିଣୀ ଡଃ ଜସ୍ମୀନ ଆପ୍ରୋଜ, କୋଣାର୍କ ଏନ ଏ ସି ର କାର୍ୟ୍ୟନିର୍ବାହୀ ଅଧିକାରୀ ଏମ ଶ୍ରୀନିବାସ,କୋଣାର୍କ ମେଡିକାଲ ର ଆୟୁଷ ଡାକ୍ତର ବିଦୁଭୂଷଣ ନାୟକ ଙ୍କ ସହ କୋଣାର୍କ ଥାନାର ଏଏସ ଆଇ ମଧ୍ୟ ଉପସ୍ଥିତ ଥିବା ବେଳେ ରେଡ଼ିଓ ନମସ୍କାର ର ମୁଖ୍ୟ ଏନ ଏଶ ଶାହା ଅନସାରି ନିଜେ ଉପସ୍ଥିତ ରହି ସମସ୍ତ କାର୍ୟ୍ୟକ୍ରମ କୁ ପରିଚାଳନା କରିଥିଲେ। ଏହା ଆଗାମୀ ଦିନରେ ତୃତୀୟ ଲହରିରେ କାର୍ୟ୍ୟ ରେ ଲାଗିବ ବୋଲି କୋଣାର୍କ ବାସିନ୍ଦା ଆଶାବାଦୀ ରହିଛନ୍ତି। କୋଣାର୍କ, ଗୋପ, କାକଟପୁର, ଓ ଲୋକମାନଙ୍କ ପାଇଁ ବ୍ୟବହାର କରାଯାଇ ପାରିବ ।