ୟାମାଗୁଚିଙ୍କୁ ହରାଇ ସେମିରେ ପିଭି ସିନ୍ଧୁ

ଟୋକିଓ : ବ୍ୟାଡମିଣ୍ଟନ ମହିଳା ସିଙ୍ଗିଲ୍ସ ସେମିରେ ଜାପାନର ଆକେନ ୟାମାଗୁଚିଙ୍କୁ ହରାଇ ଅଲମ୍ପିକ୍ସ ମହିଳା ସିଙ୍ଗଲ୍ସ ବ୍ୟାଡମିଣ୍ଟନର ସେମିଫାଇନାଲରେ ପ୍ରବେଶ କରିଛନ୍ତି ପିଭି ସିନ୍ଧୁ । ପ୍ରଥମ ଗେମକୁ ସେ ସହଜରେ ୨୧-୧୩ରେ ଜିତି ନେଇଥିଲେ । ୨ୟ ଗେମରେ ୟାମାଗୁଚି ଲଢୁଆ ଖେଳ ପ୍ରଦର୍ଶନ କରି ପ୍ରତ୍ୟାବର୍ତ୍ତନ କରିଥିଲେ । ଗୋଟିଏ ସମୟରେ ସେ ସିନ୍ଧୁଙ୍କୁ ଟପିଯାଇଥିଲେ । ତେବେ ପୁଣି ଥରେ ସିନ୍ଧୁ ଉତ୍ତମ ଖେଳ ପ୍ରଦର୍ଶନ କରି ପ୍ରତ୍ୟାବର୍ତ୍ତନ କରିବା ସହ ୨ୟ ଗେମକୁ ୨୨-୨୦ରେ ଜିତି ନେଇଥିଲେ ଓ ମ୍ୟାଚରେ ବିଜୟୀ ହୋଇଥିଲେ । ସେମିରେ ସିନ୍ଧୁଙ୍କ ସାମ୍ନା ଚାଇନିଜ୍ ତାଇପେଇର ତାଇ ଜୁ ୟିଙ୍ଗ୍ ଓ ଇନ୍ତାନନ୍ ରତଚାନୋକଙ୍କ ମଧ୍ୟରେ ଖେଳାଯିବାକୁ ଥିବା କ୍ୱାର୍ଟର୍ ମୁକାବିଲାର ବିଜେତା ସହ ହେବ।