ମୁମ୍ବାଇ : ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଘୋଷଣା ହୋଇଛି ପୁଷ୍ପା-୨ର ରିଲିଜ୍ ତାରିଖ । ତେବେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ଫିଲ୍ମ ପୁଷ୍ପା-୨ କେବେ ରିଲିଜ୍ ଏନେଇ ଅନେକ ଦିନ ଧରି ଉକ୍ରଣ୍ଠା ବଢିଚାଲିଥିବା ବେଳେ ଏବେ ଏହାର ପୂର୍ଣ୍ଣଚ୍ଛେଦ ପଡ଼ିଛି । ୨୦୨୪ ଅଗଷ୍ଟ ୧୫ରେ ସିନେମା ହଲରେ ରିଲିଜ ହେବାକୁ ଯାଉଛି ପୁଷ୍ପା୨ ।ଅଗଷ୍ଟ ୧୫ ଅର୍ଥାତ ସ୍ୱାଧୀନତା ଦିବସରେ ଦର୍ଶକ ଦେଖିବେ ପୁଷ୍ପା: ଦ ରୁଲ୍ ।
ମୁକ୍ତିଲାଭର ଅଫିସିଆଲ ପୋଷ୍ଟର ଘୋଷଣା ପରେ ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି ହୋଇଛି । ଏହି ଅବସରରେ ପୁଣି ପୁଷ୍ପା-୨ର କ୍ରେଜ୍ ଦେଖିବାକୁ ମିଳିଛ । ଫେସବୁକ୍ ଓ ଇନଷ୍ଟା ଓ ଟ୍ୱିଟରରେ ଫ୍ୟାନ୍ସମାନେ ଅଲ୍ଲୁଙ୍କ ବିଭିନ୍ନ ଲୁକ୍ ଫଟୋ ଫୋଷ୍ଟ ଓ ଡାଇଲଗ୍ ସେୟାର କରିଛନ୍ତି । ପୁଷ୍ପା ପିଲ୍ମରେ ଅଭିନୟ ପାଇଁ ଅଲ୍ଲୁ ଅର୍ଜୁନଙ୍କୁ ୬୯ତମ ଜାତୀୟ ପୁରସ୍କାର ମିଳିଥିଲା । ପୁଷ୍ପା-୨ ଦ ରୁଲ୍ ସାରା ବିଶ୍ୱରେ ବିଭିତ୍ତ ଭାଷାରେ ରିଲିଜ୍ ହେବ । ମାଷ୍ଟେରୋ ସୁକୁମାର ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଭିନେତ୍ରୀ ରଶ୍ମିକା ମଣ୍ଡାନା ଏବଂ ଫଦାହ ଫସିଲ ଲିଡ୍ ରୋଲ୍ ନଜର ଆସିବେ ।