ପୋଲୁର ମାନମକୋଣ୍ଡା ଗାଁ ରେ ‘ପୁଷ୍ପା ୨’ ଶୁଟିଂ
ବହୁ ଚର୍ଚ୍ଚିତ ତେଲୁଗୁ ସିନେମା ପୁଷ୍ପା-୨ ଶୁଟିଂ ଖୁବ୍ଶୀଘ୍ର ମାଲକାନଗିରିରେ ଆରମ୍ଭ ହେବ
ବହୁ ଚର୍ଚ୍ଚିତ ତେଲୁଗୁ ସିନେମା ପୁଷ୍ପା-୨ ଶୁଟିଂ ଖୁବ୍ଶୀଘ୍ର ମାଲକାନଗିରିରେ ଆରମ୍ଭ ହେବ । ପ୍ରଥମେ ସ୍ୱାଭିମାନ ଅଞ୍ଚଳ ଚୂଡାନ୍ତ ହୋଇଥିଲା କିନ୍ତୁ ଏବେ ମାଲକାନଗିରିର ପୋଲୁରରେ ଶୁଟିଂ ହେବ ବୋଲି ଜଣାପଡ଼ିଛି। ନେଇ ‘ପୁଷ୍ପା ୨’ର ନିର୍ଦ୍ଦେଶକ ସୁକୁମାର ପହଞ୍ଚିଛନ୍ତି ତାଙ୍କ ସହ ସ୍ଥାନ ପରିଦର୍ଶନ କଲେ ସହାୟକ ନିର୍ଦ୍ଦେଶକ ଏମ. ପ୍ରସାଦ ଓ କ୍ୟାମେରା ମ୍ୟାନ କ୍ୱାବା। ପୂର୍ବରୁ ପୁଷ୍ପା ୨ର ଶୁଟିଂ ସ୍ୱାଭିମାନ ଅଞ୍ଚଳରେ ହେବ ବୋଲି ଚର୍ଚ୍ଚା ହେଉଥିଲା। କିଛିଦିନ ପୂର୍ବେ ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ପାଦଦେଶ ଆନ୍ଧ୍ରପ୍ରଦେଶ ତରାବୁରେ ଚଳଚ୍ଚିତ୍ର ‘ପୁଷ୍ପା-୨’ର ଶୁଟିଂ ଆରମ୍ଭ ହୋଇଥିଲା। ଆସନ୍ତା ୭ ତାରିଖରେ ଶୁଟିଂ ସମ୍ପର୍କରେ ଜିଲ୍ଲାପାଳଙ୍କ ଅନୁମତି ଲୋଡିବ ଟିମ୍। ପାନ୍ ଇଣ୍ଡିଆ ଫିଲ୍ମ ‘ପୁଷ୍ପା-୨’ର ଟିଜର ରିଲିଜ୍ ହୋଇସାରିଛି। ଫୁଲ୍ ଅଫ୍ ଆକ୍ସନ, ଫାଇଟ୍, ଫାୟାର, ଡାଇଲଗ୍ ଏବଂ ଅଲ୍ଲୁଙ୍କ ଜବରଦସ୍ତ ଆଟିଟ୍ୟୁଡ୍ ଟିଜରରେ ନଜର ଆସିଛି।ହାଇଭୋଲଟେଜ୍ ଡାଇଲଗ, ସୁପର ଆକ୍ସନ…ଟିଜର ଯଦି ଏମିତି ଧମାକାଦାର ହୋଇଛି ତେବେ ଫିଲ୍ମ କେମିତି ହୋଇଥିବ।