ଦିନକୁ ଦିନ ଟ୍ରେନରେ ବୃଦ୍ଧି ପାଉଛି ଯାତ୍ରୀ ମାନଙ୍କର ଅତିରିକ୍ତ ଭିଡ ।ସେଥିପାଇଁ ପୂର୍ବତଟ ରେଳପଥ ପକ୍ଷରୁ ବିଶେଷ ଭାବରେ ପୁରୀ ରୁ ପାଟନା ପର୍ଯ୍ୟନ୍ତ ଛଟ୍ ପୂଜା ପାଇଁ ଟ୍ରେନ୍ ଚଳା ଚଳ କରିବ ବୋଲି ନିଷ୍ପତ୍ତି ନିଆଯାଇଛି ।ପୁରୀରୁ ୦୮୪୪୯ ସ୍ପେଶାଲ୍ ଟ୍ରେନ୍ ପୁରୀ-ପାଟନା ଚଳା ଚଳ କରିବ ଏବଂ ସୋମବାର ଏବଂ ବୁଧବାର (୧୩ ଏବଂ ୧୫ ନଭେମ୍ବର ୨୦୨୩) ଦିନ ପୁରୀ ଠାରୁ ରାତ୍ରି ୧୧ଘ.୩୦ମି. ରେ ଛାଡି ପାଟଣା ଯାତ୍ରା କରିବ। ଫେରିବା ମାର୍ଗରେ ଏହି ଟ୍ରେନ ପାଟନା ଠାରୁ ୦୮୪୫୦ ପାଟନା-ପୁରୀ ସ୍ପେଶାଲ୍ ଭାବରେ ଚଳାଚଳ କରିବ। ଏହା ପାଟନା ଠାରୁ ମଙ୍ଗଳବାର ଏବଂ ଗୁରୁବାର (୧୪ ଏବଂ ୧୬ ନଭେମ୍ବର ୨୦୨୩) ସନ୍ଧ୍ୟା ୦୬ ଘଟିକାରେ ଛାଡି ପୁରୀ ଯାତ୍ରା କରିବ।