ଆଗାମୀ ରଥଯାତ୍ରା ସମୟରେ ଖୋଲିବ ରତ୍ନଭଣ୍ଡାର, କମିଟିରେ ସୁପାରିଶ

ପୁରୀ:ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ସୁପାରିଶ । ଖୋଲିବାକୁ ସରକାରଙ୍କୁ ସୁପାରିଶ । ଆଗାମୀ ରଥଯାତ୍ରା ସମୟରେ ଖୋଲିବାକୁ କମିଟିର ନିଷ୍ପତି । ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକରେ ସୁପାରିଶ କରାଗଲା । ବୈଠକ ପରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସୂଚନା । ରତ୍ନଭଣ୍ଡାର ଖୋଲିବାର ତଦାରଖ ପାଇଁ ହାଇଲେବଲ ଟିମ ହେବ ।ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଟିମ୍ ପାଇଁ ନିଷ୍ପତ୍ତି ହୋଇଛି। ସୁପ୍ରିମକୋର୍ଟ ବା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ଜଜ ଟିମର ମୁଖ୍ୟ ହେବେ। ଭିତର ରତ୍ନଭଣ୍ଡାର ଖୋଲିବାର ସମସ୍ତ ବ୍ୟବସ୍ଥା ତଦାରଖ କରିବ ଟିମ୍ । ରଥଯାତ୍ରା ପୂର୍ବରୁ ବୈଷୟିକ ଜ୍ଞାନକୌଶଳ ଜରିଆରେ ଯାଞ୍ଚ କରାଯିବ ।ଯାଞ୍ଚ ବେଳେ ପରିଚାଳନା କମିଟି ସଦସ୍ୟ ଓ ଏଏସଆଇ ସଦସ୍ୟ ଉପସ୍ଥିତ ରହିବେ । ରତ୍ନଭଣ୍ଡାର ଖୋଲିବା ନେଇ ରାଜ୍ୟ ସରକାର ଓ କୋର୍ଟକୁ ଅନୁମତି ମଗାଯିବ । ସେହିପରି ଲାଗିରହିଥିବା ବନକଲାଗି ବିବାଦ ଉପରେ ମଧ୍ୟ ଆଲୋଚନା ହେବା ସହ ପ୍ରତ୍ୟେକ ମାସର ଦୁଇଟି ବୁଧବାର ବନକଲାଗି ନୀତି କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ଦୁଇଟି ଦ୍ବାର ଖୋଲାଯାଇଛି। ଅନ୍ୟ ଦୁଇଟି ଦ୍ୱାର ଖୋଲିବା ନେଇ ଆଲୋଚନା ହୋଇଛି । ପରିକ୍ରମା ପ୍ରକଳ୍ପ ସରିଲା ପରେ ଚାରିଦ୍ୱାର ଖୋଲିବ ବୋଲି ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଛି।