କଟକଣା ମଧ୍ୟରେ ରଥଯାତ୍ରା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

0

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ପୁରୀ ରଥଯାତ୍ରା ଲକଡାଉନ କଟକଣା ମଧ୍ୟରେ କରିବାକୁ ଶ୍ରୀ ମନ୍ଦିର ଦଇତାପତିଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖାଯାଇଛି । ପରମ୍ପରା ଆଧାରରେ ରଥଯାତ୍ରା କରିବାକୁ ଚିଠି ମାଧ୍ୟମରେ ନିବେଦନ କରିଛନ୍ତି ଦଇତାପତି ନିଯୋଗ । ଏହା ସହ ଲକଡାଉନ ନିୟମ ଗ୍ରହଣ କରି ପୁରୀକୁ ସମ୍ପୁର୍ଣ୍ଣ ସିଲ କରି ରଥଯାତ୍ରା କରାଯାଇପାରିବ ବୋଲି ଦଇତାପତି ନିଯୋଗ ପକ୍ଷରୁ କୁହାଯାଇଛି । ପୁରୀକୁ ଅନ୍ୟ ଅଞ୍ଚଳ ଲୋକଙ୍କୁ ପ୍ରବେଶ କରିବାକୁ ଦିଆଯିବନି । ସେବାୟତ ଓ ପୋଲିସ କର୍ମଚାରୀଙ୍କ ସହାୟତାରେ ରଥ ଯାତ୍ରା କରିବାକୁ ଅନୁରୋଧ କରାଯାଇଛି । ରଥଯାତ୍ରା ସମୟରେ ସାମାଜିକ ଦୂରତା ଅବଲମ୍ବନ କରାଯିବା ନେଇ ମଧ୍ୟ କୁହାଯାଇଛି । ଏନେଇ ଦଇତାପତି ନିଯୋଗ ସମ୍ପାଦକ ଦୁର୍ଗାଦାସ ମହାପାତ୍ର ସୂଚନା ଦେଇଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବା ଫଳରେ ସତର୍କତାକୁ ଦୃଷ୍ଟିରେ ରଖି ରଥଯାତ୍ରା ହେବ କି ନାହିଁ ସମସ୍ତେ ଦ୍ୱନ୍ଦ୍ୱରେ ରହିଛନ୍ତି । ଅନ୍ୟପଟେ ରାଜ୍ୟରେ ୧୨୨କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୮ଜଣ ସୁସ୍ଥ ହୋଇଛନ୍ତି ଓ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ରାଜ୍ୟରେ କରୋନାରେ ୮୩ଜଣ ସକ୍ରିୟ ରହିଛନ୍ତି ।