ବିନା ଭକ୍ତରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା

(ମମତା ସାମଲ ): କରୋନା ଭାଇରସ କଟକଣା ପାଇଁ ଚଳିତ ଥର ଶ୍ରୀଜିଉଙ୍କ ସ୍ନାନଯାତ୍ରାରେ ଭକ୍ତ ଓ ଶ୍ରଦ୍ଧାଳୁ ନାହାନ୍ତି । ବଡ଼ଦାଣ୍ଡ ଭକ୍ତ ଶୂନ୍ୟ ହୋଇଛି । ଶ୍ରୀମନ୍ଦିର ସମ୍ମୁଖରେ ଗହଳି ନାହିଁ । ଆଜି ଶ୍ରୀଜିଉଙ୍କ ସ୍ନାନଯାତ୍ରାକୁ ସମଗ୍ର ବିଶ୍ୱବାସୀ ଟେଲିଭିଜନ ମାଧ୍ୟମରେ ଦେଖୁଛନ୍ତି । ସ୍ନାନମଣ୍ଡପରେ ସୀମିତ ଭକ୍ତରେ ନୀତିକାନ୍ତି ଜାରି ରହିଛି ।

ଶ୍ରୀମନ୍ଦିର ପ୍ରଶାସନ, ପୁରୀ ଜିଲ୍ଲାପ୍ରଶାସନ ଓ ପୁରୀ ପୋଲିସ ପ୍ରଶାସନ ସ୍ନାନଯାତ୍ରାପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି । ଶାନ୍ତିପୂର୍ଣ୍ଣ ଭାବରେ ସ୍ନାନଯାତ୍ରା ଶେଷ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ରୂପରେଖ ପ୍ରସ୍ତୁତ କରିଥିବା ବେଳେ ପୋଲିସ ପ୍ରଶାସନ ଦ୍ୱାରା ୩୮ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ସେହିଭଳି ସ୍ନାନଯାତ୍ରା ଉପରେ ନଜର ରଖିବା ପାଇଁ ୨୨୮ ଜଣ ଅଧିକାରୀ ମୁତୟନ ଅଛନ୍ତି । ଶ୍ରୀମନ୍ଦିର ବ୍ୟତୀତ ଏହାର ଆଖପାଖ ଅଂଚଳରେ ୧୪୪ ଧାରା ଜାରି ହୋଇଛି । ଏତଦ ବ୍ୟତୀତ ଶ୍ରୀମନ୍ଦିରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ସିଲ କରି ଦିଆଯାଇଛି । ଅର୍ଥାତ ଜନସାଧାରଣକୁ ଶ୍ରୀମନ୍ଦିର ଆଡ଼କୁ ଯିବା ପାଇଁ ଅନୁମତି ଦିଆଯାଇ ନାହିଁ ।

ରତ୍ନସିଂହାନସରୁ ଓହ୍ଲାଇ ଆସି ଶ୍ରୀଜିଉମାନେ ସ୍ନାନମଣ୍ଡପରେ ବିରାଜମାନ କରିଛନ୍ତି । ସେବାୟତମାନେ ଦଇତାପତି ସେବାୟତମାନେ ଶ୍ରୀଜିଉମାନଙ୍କୁ ଧାଡ଼ିପହଣ୍ଡିରେ ସ୍ନାନମଣ୍ଡପରେ ବିରାଜମାନ କରାଇଛନ୍ତି । ଶ୍ରୀମନ୍ଦିର ଇତିହାସରେ ଆଜିର ଦିନଟି ଉଲ୍ଲେଖ ରହିବ । କାରଣ ବିନା ଭକ୍ତିରେ ସ୍ନାନଯାତ୍ରା ଅନୁଷ୍ଠିତ ହେଉଛି ।