(ଜୟନ୍ତ କୁମାର ସେଠୀ): ମଦ ଦୋକାନ ଉପରେ ବୋମାମାଡ । ପୁରୀ ଜିଲ୍ଲା କୋଣାର୍କ ମଦ ଦୋକାନ ଉପରେ ଦୁଇଟି ବୋମା ଫିଙ୍ଗି ଦୁବୃତ୍ତ ଫେରାର । ଗତକାଲି ରାତିରେ ସେଲସ ମ୍ୟାନ ଦେକାନ ବନ୍ଦ କରୁଥିବା ସମୟରେ ଦୃବୁର୍ତ୍ତମାନେ ତାଙ୍କ ଉପରକୁ ବୋମା ଫିଙ୍ଗିଥିଲେ । ଘଟଣାସ୍ଥଳରେ ଦୁଇଟି ବୋମା ଫୁଟିଥିଲା । ସେଲସ ମ୍ୟାନ ସାମାନ୍ୟ ଆହତ ହୋଇଛନ୍ତି । ପୂର୍ବ ଶତ୍ରୁତାକୁ ନେଇ ବୋମାମାଡ ହୋଇଥିବାର ସନ୍ଦେହ କରାଯାଉଛି । ଖବର ପାଇ କୋଣାର୍କ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।