ଗୁରମିତ ରାମ ରହିମଙ୍କୁ ଦୋଷମୁକ୍ତ କରିଛନ୍ତି ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ

ପ୍ରମାଣ ଅଭାବରୁ ଛତ୍ରପତି ହତ୍ୟା ମାମଲାରେ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମଙ୍କୁ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଦୋଷମୁକ୍ତ କରିଛନ୍ତି । ୨୦୦୨ ମସିହାର ବହୁ ଚର୍ଚ୍ଚିତ ସାମ୍ବାଦିକ ରାମ ଚନ୍ଦର ଛତ୍ରପତି ହତ୍ୟା ମାମଲାରେ ହାଇକୋର୍ଟ ତାଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ଉପଯୁକ୍ତ ପ୍ରମାଣ ଅଭାବରୁ ଅଦାଲତ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ତେବେ କୋର୍ଟ ମାମଲାରେ ଦୋଷୀ ସାବ୍ୟସ୍ତ ଅନ୍ୟ ତିନି ଅଭିଯୁକ୍ତ କୁଲଦୀପ, ନିର୍ମଳ ଓ କିଶନ ଲାଲଙ୍କ ଆଜୀବନ କାରାଦଣ୍ଡାଦେଶକୁ କାଏମ୍ ରଖିଛନ୍ତି। ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏହି ମାମଲାରେ ଦାୟର ହୋଇଥିବା ଅପିଲକୁ ସ୍ବୀକାର କରି ଦୋଷମୁକ୍ତ କରିଛନ୍ତି । କୋର୍ଟ ଏହି ନିଷ୍ପତ୍ତି ସିବିଆଇ ପାଇଁ ବଡ଼ ଝଟକା । କିନ୍ତୁ ଏହି ନିଷ୍ପତ୍ତି ପରେ ମଧ୍ୟ ରାମ ରହିବ ଜେଲରେ ରହିବେ । ଛତ୍ରପତି ଶିବାଜୀ ମହାରାଜ ହତ୍ୟା ମାମଲାରେ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମଙ୍କୁ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଦୋଷମୁକ୍ତ କରିଛନ୍ତି ।

ଏହି ହତ୍ୟା ମାମଲାରୁ ଦୋଷମୁକ୍ତ ହୋଇଥିଲେ ମଧ୍ୟ ରାମ ରହିମ ଜେଲରୁ ବାହାରି ପାରିବେ ନାହିଁ। କାରଣ, ସାଧ୍ୱୀ ଯୌନ ଶୋଷଣ ମାମଲାରେ ସେ ପୂର୍ବରୁ ଦୋଷୀ ସାବ୍ୟସ୍ତ ହୋଇ ୨୦ ବର୍ଷର ଜେଲ ଦଣ୍ଡ ଭୋଗୁଛନ୍ତି। ତେଣୁ ସେ ବର୍ତ୍ତମାନ ରୋହତକର ସୁନାରିଆ ଜେଲରେ ହିଁ ରହିବେ ବୋଲି ସ୍ପଷ୍ଟ ହୋଇଛି। ହାଇକୋର୍ଟର ମୁଖ୍ୟ ବିଚାରପତି ଶୀଲ ନାଗୁ ଏବଂ ବିଚାରପତି ବିକ୍ରମ ଅଗ୍ରୱାଲଙ୍କ ଖଣ୍ଡପୀଠ ରାମ ରହିମଙ୍କୁ ଖଲାସ କରିଥିବାବେଳେ ଅନ୍ୟ ଅଭିଯୁକ୍ତଙ୍କ ଦଣ୍ଡକୁ କାଏମ ରଖିଛନ୍ତି। ସ୍ୱତନ୍ତ୍ର ସିବିଆଇ କୋର୍ଟର ନିଷ୍ପତ୍ତି ବିରୁଦ୍ଧରେ ଅଭିଯୁକ୍ତମାନଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନର ଶୁଣାଣି କରି ହାଇକୋର୍ଟ ଏହି ରାୟ ଦେଇଛନ୍ତି । ୨୦୧୯ ମସିହାରେ ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ସିରସା ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତିଙ୍କ ୨୦୦୨ ହତ୍ୟା ମାମଲାରେ ରାମ ରହିମଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ପ୍ରାୟ ୭ ବର୍ଷ ପରେ, ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମଙ୍କୁ ସମାନ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଥିଲେ ।