ପୁନେ : ସେକ୍ସ ରାକେଟ୍ ଘଟଣାରେ ଉଦ୍ଧାର ହେଲେ ଦୁଇ ଅଭିନେତ୍ରୀ | ମହାରାଷ୍ଟ୍ରର ପୁନେ ସହରରେ ସେକ୍ସ ରାକେଟ୍ ଚାଲୁଥିବା ନେଇ ସୂଚନା ପାଇବା ପରେ ପିମ୍ପ୍ରି-ଚିଞ୍ଚୱାଡ ପୁଲିସ ଏକ ପଞ୍ଚତାରକା ହୋଟେଲ ଉପରେ ଚଢ଼ଉ କରିଛି | ଏଥିସହ ଜଣେ ଏଜେଣ୍ଟକୁ ଗିରଫ କରିବା ସହ ଦୁଇଜଣ ମହିଳାଙ୍କୁ ଉଦ୍ଧାର କରିଛି। ଉକ୍ତ ଦୁଇଜଣ ମହିଳାଙ୍କ ମଧ୍ୟରୁ ଜଣେ ଭୋଜପୁରୀ ଫିଲ୍ମ ଅଭିନେତ୍ରୀ ହୋଇଥିବା ବେଳେ ଅନ୍ୟ ଜଣକ ହେଉଛନ୍ତି ଜଣେ ମଡେଲ। ଏକ ସୂଚନାକୁ ଭିତ୍ତିକରି ପିମ୍ପ୍ରି-ଚିଞ୍ଚୱାଡ ପୁଲିସର କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଉକ୍ତ ହୋଟେଲକୁ ଗୁରୁବାର ଜଣେ ନକଲି ଗ୍ରାହକଙ୍କୁ ପଠାଯାଇଥିଲା।
ଉକ୍ତ ନକଲି ଗ୍ରାହକ ହୋଟେଲରେ ଦେହ ବ୍ୟବସାୟ ଚାଲିଥିବା ନେଇ ସ୍ପଷ୍ଟ ସୂଚନା ଦେବା ପରେ ପୁଲିସ ଇନ୍ସପେକ୍ଟର ଦେବେନ୍ଦ୍ର ଚୱାନଙ୍କ ନେତୃତ୍ବରେ ଏକ ପୁଲିସ ଦଳ ଚଢ଼ଉ କରିଥିଲେ। ପୁଲିସ ହୋଟେଲ ରୁମ୍ରୁ ଦୁଇଜଣ ମହିଳାଙ୍କୁ ଉଦ୍ଧାର କରିବା ସହ ଜଣେ ସେକ୍ସ ଦଲାଲକୁ ଗିରଫ କରି ତା’ ନାମରେ ୱାକଡ଼ ଥାନାରେ ମାମଲା ରୁଜୁ କରିଛି। ଏହା ଉପରେ ଅଧିକ ତଦନ୍ତ ଚାଲିଥିବା ପୁଲିସ ଡେପୁଟି କମିସନର (ଅପରାଧ) ସ୍ବପ୍ନା ଗୋରେ କହିଛନ୍ତି।