ଖୋର୍ଦ୍ଧା : ଖୋର୍ଦ୍ଧା ବ୍ଲକ ପୁବୁସାହି ପଞ୍ଚାୟତ ପୁବୁସାହି ସରକାରୀ ସୁପର ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁମିତା ମହାପାତ୍ରଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ବର୍ତ୍ତମାନର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପଦ୍ମ ଚରଣ ମହାପାତ୍ର ଆୟୋଜନ କରିଥିଲେ |
ଏଥିରେ ଅତିଥି ରୂପେ ସ୍ଥାନୀୟ ସମିତି ସଭ୍ୟ ତଥା ପୂର୍ବତନ ସରପଞ୍ଚ ପ୍ରମୋଦ କୁମାର ସ୍ୱାଇଁ, ବର୍ତ୍ତମାନର ସରପଞ୍ଚ ସଙ୍ଘମିତ୍ରା ମହାପାତ୍ର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବନଜିତ ରଣା, ବୋଲଗଡ଼ର ଅବସରପ୍ରାପ୍ତ ବିଇଓ ଉପେନ୍ଦ୍ର ସାହୁ, ସ୍ଥାନୀୟ ସିଆରସିସି ପ୍ରମୁଖ ଯୋଗ ଦେଇ ଶ୍ରୀମତୀ ମହାପାତ୍ରଙ୍କ ୩୧ ବର୍ଷ ବିଦ୍ୟାଳୟରେ ରହଣି କାଳରେ ପାଠ ପଢା ଶୈଳୀ, ସମୟାନୁବର୍ତ୍ତିତା, ନିଷ୍ଠା, ଛାତ୍ରଛାତ୍ରୀଙ୍କ ପ୍ରତି ସ୍ନେହ, କର୍ତ୍ତବ୍ୟନିଷ୍ଠ ଉପରେ ଆଲୋଚନା ଓ ଗୁଣଗାନ କରିଥିଲେ। ପ୍ରଥମ ରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷା କମିଟି, ସଭ୍ୟ ଉପସ୍ଥିତ ଥିଲେ।