ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

0

ପୁରୀ/ ସଞ୍ଜୟ ମହାପାତ୍ର : ଆଜି ଚୈତ୍ର ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥି ବୁଧବାର । ଏହି ପବିତ୍ର ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନିତି ଅନୁଷ୍ଠିତ ହେବ । ଦ୍ଵିତୀୟ ଭୋଗମଣ୍ଡପ  ଉଠିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ  । ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନ ସାମଗ୍ରୀରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ  । ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ  । ଏହା ଏକ ଗୁପ୍ତ ସେବା ନିତି ହୋଇଥିବାରୁ ଆଜି ସନ୍ଧ୍ୟା ପ୍ରାୟ।୬ଟା ରୁ  ରାତି ୧୦ ଟା ପର୍ଯ୍ୟନ୍ତ  ଚାରିଘଣ୍ଟା ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି   | ବନକଲାଗି ନିତି ପରେ  ଠାକୁରଙ୍କୁ ମହାସ୍ନାନ କରାଯିବା ପରେ ପୁନର୍ବାର  ଦର୍ଶନ ଆରମ୍ଭ ହେବ |ତେବେ ବନକଲାଗି ସରିବା ପରେ ମହାପ୍ରଭୁଙ୍କ ଶ୍ରୀମୁଖ ଉଜ୍ଜ୍ୱଳ ମୟ ହୋଇ ଉଠେ। ଆଉ ମହାପ୍ରଭୁ ଏତେ ଚମତ୍କାର ଦେଖାଯାଆନ୍ତି ଯେ ମହାପ୍ରଭୁ ତାଙ୍କ ଚକାଆଖିରେ ଭକ୍ତଙ୍କୁ ନିଜ ପାଖକୁ ଟାଣି ଆଣନ୍ତି। ଭକ୍ତ ଭଗବାନଙ୍କ ମଧ୍ୟରେ  ଆକର୍ଷଣ ବଢିଥାଏ। ସେପଟେ ଆଜି ବନକଲାଗି ହେବା ପରେ ମହାପ୍ରଭୁଙ୍କ ଶ୍ରୀମୁଖ ବେଶ୍ ଆକର୍ଷଣୀୟ ଦେଖାଯିବ। ମହାପ୍ରଭୁଙ୍କ ବନକଲାଗି ନିତି ଯୋଗୁଁ ପ୍ରାୟ ୪ଘଣ୍ଟା ଭକ୍ତଙ୍କ ଦର୍ଶନ ବନ୍ଦ ରହୁଥିବାରୁ ଗତକାଲି ଠାରୁ ପହୁଡ ନିତି ସୃଙ୍ଖଳିତ କରାଯାଇଛି। ସକାଳ  ଶ୍ରୀମନ୍ଦିର ଦ୍ୱାରଫିଟା ନିତି ସରିବା ପରେ ମଙ୍ଗଳାଳତୀ ଓ  ମଇଲମ ହେବା ପରେ ଅବକାଶ ଆଦି ଦୈନନ୍ଦିନର ନିତିକାନ୍ତି ଆଗକୁ ବଢିଛି।