ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ବଡଖଣ୍ଡି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ହିଞ୍ଜିଳି ଥାନା ଅଧିକାରୀ ଶ୍ରୀନିବାସ ଶ୍ରୀନିବାସ ସେଠିଙ୍କ ସହ ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ସାଗରୀକା ଷଡଙ୍ଗୀଙ୍କ ତହସିଲଦାର ଶ୍ରୀ ତପନ ମହାପାତ୍ର, ତତ୍ତ୍ଵାବଧାନରେ ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲାର ପ୍ରତ୍ୟେକ ବ୍ଲକର ସମସ୍ତ ପଞ୍ଚାୟତରେ ଏହି ମିଳିତ ଜନ ଶୁଣାଣୀ କାର୍ଯ୍ୟକ୍ରମ ଶୁଭ ଆରମ୍ଭ ହୋଇଥିଲା । ଆଜି ତୃତୀୟ ସପ୍ତାହରେ ବଡଖଣ୍ଡି ପଞ୍ଚାୟତରେ ହୋଇଥିବା ଜନ ଶୁଣାଣି କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ୬୭ ନମ୍ବର ଜୋନ୍ ର ଜିଲ୍ଲା ପରିଷଦ ବାଇ ଗୀତାଞ୍ଜଳି ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଝୁନୁ ନାଇକ,ସମିତିସଭ୍ୟା ଶ୍ରୀମତୀ କାପଲ୍ ନର୍ମଦା, ଉପସ୍ଥିତ ଥିଲେ । ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରୁଣ ପ୍ରଧାନ,କମ୍ପ୍ୟୁଟର ପୋଗ୍ରାମ ଅଫିସର ଶ୍ରୀ ଦଣ୍ଡପାଣି ଦାଶ,ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଇ. ଶଙ୍କର ରାଓ ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମ ରେ ମୋଟ ୧୮୫ ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା।