ଲକ୍ଷ୍ମୀ ବସକୁ ନେଇ ବଢୁଛି ଜନଅସନ୍ତୋଷ

ହିନ୍ଦୋଳ:- ପ୍ରତ୍ୟେକ ଅଞ୍ଚଳ ସହସଦରମହକୁମାକୁ ଯୋଡିବା ଏବଂ ଗରିବ ଜନସାଧାରଣଙ୍କ ଗମନାଗମନ ସୁବିଧା ପାଇଁ ପୂର୍ବ ସରକାର ଏକ ଐତିହାସିକ ପଦକ୍ଷେପ ସୁରୂପ ସୁଦୂରପ୍ରସାରି “ଲକ୍ଷ୍ମୀବସ ” ଚଳାଚଳ ଆରମ୍ଭ କରିଥିଲେ । ତେବେ ଜନସାଧାରଣ ଏଥିରେ ବହୁଳମାତ୍ରାରେ ଉପକୃତ ହେଉଛନ୍ତି । ମାତ୍ର ଏହି ଲକ୍ଷ୍ମୀବସ ଗୁଡିକରେ ଅନଭିଜ୍ଞ ଓ କମ ବୟସର ଚାଳକମାନେ ରହି ଦ୍ରୁତଗତିରେ ଚଳାଇ ରାସ୍ତାରେ ଯାଉଥିବା ପଥଚାରି ମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛନ୍ତି । ତେବେ କେତେବେଳେ ଯେ କିଛି ଅଘଟଣ ଘଟିବ କହିହେବନି ବୋଲି ବହୁ ଜନସାଧାରଣ ଆଲୋଚନା କରୁଛନ୍ତି । କିଛିଦିନ ତଳେ ଏହିପରି ବେପରୁଆ ଦ୍ରୁତଗତି ଲଷ୍ମୀବସ ଢେଙ୍କାନାଳ ଭୁବନ ଅଂଚଳରେ ଦୁର୍ଘଟଣା ଘଟାଇ ଜୀବନହାନି ଘଟଣା ଜନସାଧାରଣଙ୍କ ମନରୁ ଲିଭି ନାହିଁ । ଲଷ୍ମୀବସର ଦ୍ରୁତଗତି ଗାଡିଚାଳନା ଉପରେ ଅଙ୍କୁଶ ଲଗାଇବାସହ ଅଭିଜ୍ଞ ଚାଳକ ନିଯୁକ୍ତି, ସଡ଼କସୁରକ୍ଷା ନିୟମ ମାନି ଚଳାଇବା ସହ ଗାଡିଗୁଡିକ ଯାତାୟତ ସମୟରେ ସତର୍କତା ଅବଲମ୍ବନ ପାଇଁ ତୁରନ୍ତ ପଦକ୍ଷେପ ନେବାପାଇଁ ହିନ୍ଦୋଳ ପ୍ରଶାସନ ଓ ପୋଲିସ ପ୍ରଶାସନଙ୍କୁ ଜନସାଧାରଣ ଦୃଢ଼ ଦାବି କରିଛନ୍ତି ।