ଇନ୍ସୁରାନ୍ସ କରି ଜୀବନ ସୁରକ୍ଷା କରନ୍ତୁ

ବ୍ୟାଙ୍କର ସମସ୍ତ ସେବା ସର୍ବସାଧାରଣରେ ପହଞ୍ଚାଇବା ନିମନ୍ତେ ଜନ ସଚେତନତା କାର୍ଯ୍ୟକ୍ରମ

ସାଲେପୁର / ଜ୍ୟୋସ୍ନା ରାଣୀ ସିଂହ: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଓରତି ଗ୍ରାମପଞ୍ଚାୟତ ଅଧିନସ୍ଥ ୟୁକୋ ବ୍ୟାଙ୍କ ଓରତି ଶାଖା ତରଫରୁ ଗ୍ରାମ ପଞ୍ଚାୟତ ସ୍ତରୀୟ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଅଭିଯାନ ସ୍ଥାନୀୟ କୈଳାସ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଭାରତ ସରକାରଙ୍କ ଫାଇନାନ୍ସିଆଲ୍ ଜଏଣ୍ଟ ସେକ୍ରେଟେରୀ ଶ୍ରୀ ମୁକେଶ କୁମାର ବଂଶଲ ଯୋଗ ଦେଇଥିଲେ। ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି “ବିତ୍ତୀୟ ସମାବେଶ ମାଧ୍ୟମରେ ସଶକ୍ତିକରଣ” ଏହି ଅଭିଯାନ ଦ୍ଵାରା ବର୍ତ୍ତମାନ ପର୍ୟ୍ୟନ୍ତ ଯେଉଁ ମାନଙ୍କର ବ୍ୟାଙ୍କ ଖାତା ନାହିଁ ସେମାନେ ନୂତନ ବ୍ୟାଙ୍କ ଖାତା ଖୋଲିବା, ବ୍ୟାଙ୍କ ଖାତାରେ ମୋବାଇଲ ନମ୍ବର ସଂଯୋଗ କରିବା, ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରିବା ଓ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଦ୍ଵାରା ବ୍ୟାଙ୍କ ଖାତା ଖୋଲିବା ନେଇ ଜନ ସଚେତନତା କାର୍ୟ୍ୟକ୍ରମ କରିଥିଲେ ଏବଂ ସ୍ଵୟଂସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ବ୍ୟକ୍ତିଗତ ବ୍ୟାଙ୍କ ଆକାଉଣ୍ଟ ଖୋଲି ଆର୍ଥିକ ଅନ୍ତର୍ଭୁକ୍ତି କରଣ ରେ ସାମିଲ କରି ଚଗଔଔଈଣ / ଚଗଝଈଣ /ଇଚଣ ରେ ନାମାଙ୍କନ କରି ସେମାନଙ୍କୁ କ୍ରେଡିଟ ଲିଙ୍କ୍ସ ପ୍ରଦାନ କରିବା। ଏହି ସଭାରେ ୟୁକୋ ବ୍ୟାଙ୍କ ଭୁବନେଶ୍ବର ଜୋନାଲ ଅଫିସ ହେଡ୍ ଶ୍ରୀ ଗୌତମ ପାତ୍ର ମୂଖ୍ୟ ବକ୍ତା ଭାବେ ଯୋଗଦେଇ ଥିବା ବେଳେ, ୟୁକୋ ବ୍ୟାଙ୍କ ଓରତି ଶାଖା ମୁଖ୍ୟ ସୌମ୍ୟରଞ୍ଜନ ସାମଲ ସଭା କାର୍ୟ୍ୟ କୁ ସଭାପତିତ୍ବ କରିଥିଲେ ।