ତ୍ୱରିତ ନ୍ୟାୟ ଦିଅ : ନେପାଳ ଏନଏଚଆରସି

ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଶୀଘ୍ର ତଦନ୍ତ ସାରି ନ୍ୟାୟ ଦେବାକୁ ନେପାଳ ମାନବାଧିକାର କମିଶନ ଚିଠି ଲେଖିଛନ୍ତି । ଭାରତୀୟ ମାନବାଧିକାର କମିଶନଙ୍କୁ ଚିଠି ଲେଖି ନ୍ୟାୟ ଦାବି କରିଛନ୍ତି । ଚିଠିରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦୁର୍ବ୍ୟବହାର ନେଇ ମଧ୍ୟ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଛାତ୍ରଛାତ୍ରୀଙ୍କ ସୁରକ୍ଷା ସହ ଭୟମୁକ୍ତ ବାତାବରଣ ସୁନିଶ୍ଚିତ କରିବା ପାଇଁ ଦାବି କରିଛନ୍ତି ।
ସୂଚନା ଅନୁଯାୟୀ, ବିଟେକ ତୃତୀୟ ବର୍ଷର ସଂପୃକ୍ତ ଛାତ୍ରୀ ଜଣକ ନିଜର ପୁରୁଷ ବନ୍ଧୁଙ୍କ ନାଁରେ ପୂର୍ବରୁ ଚାରି ଥର ବିଶ୍ୱବିଦ୍ୟାଳୟରେ ଥିବା ଇଣ୍ଟରନ୍ୟାସନାଲ ରିଲେସନ ଅଫିସରେ ଅଭିଯୋଗ କରିଥିଲେ । ଅପରପକ୍ଷେ ଛାତ୍ରୀ ଜଣଙ୍କ ପ୍ରେମ ବ୍ୟାପାରରୁ ଆତ୍ମହତ୍ୟା କରିଥିବା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହିଥିବାବେଳେ ପୋଲିସ ସଂପୃକ୍ତ ପୁରୁଷ ବନ୍ଧୁଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ।