ପୋଲାଭରମକୁ ନେଇ ବିକ୍ଷୋଭ : ମରିବୁ ପଛେ ମାଟି ଛାଡିବୁ ନାହିଁ ନରାରେ ଗର୍ଜିଲେ ଲୋକେ

ମାଲକାନଗିରି: ମୋଟୁରେ ମହା ସଂଗ୍ରାମ। ମିଳିତ କ୍ରିୟାନୁଷ୍ଠାନର ଗଣ ସଂଗ୍ରାମ। ପୋଲାଭରମକୁ ନେଇ ମୋଟୁରେ ତାତି। କଳସ ଯାତ୍ରା, ବିକ୍ଷୋଭ ଶୋଭାଯାତ୍ରା କରି ଚେତେଇଲେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ। ମରିବୁ ପଛେ ମାଟି ଛାଡିବୁ ନାହିଁ ନରାରେ ଗର୍ଜି ଲେ ଲୋକେ। ଭିଟାମାଟି ହକ୍ ପାଇଁ ଏକାଠି ହେଲେ ସହ ସହ ଆଦିବାସୀ, ମହିଳା ପୁରୁଷ। ପ୍ରକଳ୍ପ ହେଲେ ଲାଭବାନ ହବ ଆନ୍ଧ୍ର ହେଲେ ଓଡ଼ିଶାର ହେବ କ୍ଷତି । ମାଲକାନଗିରି ଜିଲ୍ଲାର କାଲିମେଳା ଓ ପଡିଆ ବ୍ଲକ ବହୁମାତ୍ରାରେ କ୍ଷତିଗ୍ରସ୍ତ ହେବ। ହାଟରେ ପ୍ଳାକାର୍ଡ଼ ମୁଣ୍ଡରେ କଳସ ଧରି ଶୋଭାଯାତ୍ରା କରିଛନ୍ତି ମହିଳା। ହକ୍ ପୂରଣ ନ ହେଲେ ଦିଲ୍ଲୀ ଯିବୁ ନାରା ରେ କମ୍ପିଲା ମୋଟୁ। ମହା ସଂଗ୍ରାମ ସ୍ଥଳରେ ଜନତା ଙ୍କ ଗହଳି ବୁଝେଇ ଦେଉଛି ପୋଲାଭରମ କୁ କେତେ ବିରୋଧ। କେତେ ଦୂର କ୍ଷତିଗ୍ରସ୍ତ ହେବ ମାଲାକନଗିରି ।ସେପଟେ ଆନ୍ଧ୍ର, ଓଡିଶା, ଛତ୍ତିଶଗଡ଼ ର ମଧ୍ୟ ବହୁ ଲୋକେ ଏହି ଶୋଭାଯାତ୍ରାରେ ସାମଲ ହୋଇଥିଲେ।

ସେପଟେ ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଗଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ଏହାକୁ ମୁଖମନ୍ତ୍ରୀ ଥିବା ସମୟରୁ ବିରୋଧ କରୁଥିଲେ ଆଗକୁ ମଧ୍ୟ କରିବେ ବୋଲି କହିଛନ୍ତି। ପୋଲାଭରମ ପ୍ରକଳ୍ପକୁ ବିରୋଧ କରି ଆସୁଛି ବିଜୁ ଜନତା ଦଳ ।

ପ୍ରକଳ୍ପକୁ ବନ୍ଦ କରିବାକୁ ବିକ୍ଷୋଭ କରିବା ସହ ପ୍ରଧାମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୋଲାଭରମ ପ୍ରକଳ୍ପକୁ କେନ୍ଦ୍ର ଆର୍ଥିକ ଅନୁଦାନ ଦେଇଥିବା ବେଳେ ଚୁପ ବସିଛି ରାଜ୍ୟର ଡବଲ ଇଞ୍ଜିନ ସରକାର । ଆପତ୍ତି ନକରି ବରଂ ସମର୍ଥନ ଜଣାଇଛନ୍ତି । ଆଦିବାସୀଙ୍କ ବ୍ୟାପକ କ୍ଷତି ହେବାକୁ ଯାଉଥିବାବେଳେ ରାଜ୍ୟ ସରକାର ଚୁପ ବସିଛନ୍ତି । ଅସ୍ମିତା କେବଳ ସ୍ଲୋଗାନରେ ରହିଯାଇଛି ।ନବୀନ କ୍ରିୟାନୁଷ୍ଠାନ କମିଟି କୁ ଧନ୍ୟବାଦ ଦେବା ସହ ଏହା ଏକ ଲଢେଇ ହକ୍ ଯାଏ କାର୍ଯ୍ୟ କରାଯିବ ବୋଲି କହିଛନ୍ତି।

ପୋଲାଭରମ ପ୍ରକଳ୍ପ ନେଇ ଆଜି ମିଳିତ କ୍ରିୟାନୁଷ୍ଠାନ କମିଟି ଭୁମିକା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଏହି କମିଟି ଏବେ ଏକ ବୃହତ୍‌ ଆନ୍ଦୋଳନର ଆବହାନ କରିଛି। ଏଥିସହ, ମୋଟୁ ମୁଗୀ ପଏଣ୍ଟରୁ ଆରମ୍ଭ ହୋଇ ଏକ ବିଶାଳ କଳସ ଶୋଭାଯାତ୍ରା ସଭାସ୍ଥଳୀକୁ ଆଗେଇ ଯାଇଛି, ଯେଉଁଥିରେ ହଜାର ହଜାର ଲୋକ ଅଂଶଗ୍ରହଣ କରିଛନ୍ତି। ଏହି ଅନ୍ଦୋଳନ ମଧ୍ୟ ଜଳଯାତ୍ରା ଆନ୍ଦୋଳନ ଆରମ୍ଭ କରିବ, ଯେଉଁଥିରେ ଆଗକୁ ଆହୁରି ବଡ ଧରଣର ବିକ୍ଷୋଭ ପ୍ରଦର୍ଶନ ହେବ।ଏହି ପ୍ରକଳ୍ପ ରୂପାଏଣ ହେଲେ ଓଡ଼ିଶାର ମାଲକାନଗିରି ଜିଲ୍ଲାର କାଲିମେଳା, ପଡିଆ ବ୍ଲକ ଏବଂ ମାଥିଲି, କୋରକୋଣ୍ଡା ଅଞ୍ଚଳଗୁଡ଼ିକ ବହୁମାତ୍ରାରେ ପ୍ରଭାବିତ ହେବ। ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଫଳରେ ହଜାର ହଜାର ଆଦିବାସୀ ଜନସଂଖ୍ୟା ଜୀବନ-ଜୀବିକା ହରାଇବେ।