ଫ୍ଲାଇଓଭର ବ୍ରିଜ ନିର୍ମାଣ ଦାବିରେ ପାରାଦ୍ୱୀପ ନାଗରିକ ମଞ୍ଚ ତରଫରୁ ପ୍ରତିବାଦ

(ପ୍ରଶାନ୍ତ କୁମାର ସ୍ଵାଇଁ/ପାରାଦ୍ୱୀପ) : ଅଠରବାଙ୍କି ଠାରୁ ରାସ୍ତା ମରାମତି ଓ ଫ୍ଲାଇଓଭର ବ୍ରିଜ ନିର୍ମାଣ ଦାବିରେ ପାରାଦ୍ୱୀପ ନାଗରିକ ମଞ୍ଚ ତରଫରୁ ଇଫକୋ ଛକ ନିକଟରେ ପ୍ରତିବାଦ ସଭା ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଅଠର ବାଙ୍କୀ ଠାରୁ ଦୋଛକି ପାଖାପାଖି ଏହି ଚାରିକିଲୋମିଟର ରାସ୍ତା ବର୍ତ୍ତମାନ ମରଣଯନ୍ତା ପାଲଟିଛି କ୍ଷ ଗାଡି ସଂଖ୍ୟା ବୃଦ୍ଧି ଓ ରକ୍ଷଣାବେକ୍ଷଣ ଅଭାବରୁ ଏହିପରି ପରିସ୍ଥିତି ସୃଷ୍ଟି ହୋଇଛି କ୍ଷ
ପ୍ରତିଦିନ ପାରାଦ୍ୱୀପ ବନ୍ଦର ଭିତରକୁ ହଜାର ହଜାର ସଂଖ୍ୟାରେ ମାଲବାହୀ ଟ୍ରକ ପ୍ରବେଶ କରୁଥିବା ବେଳେ ସେଥିରୁ ସୃଷ୍ଟି ହେଉଥିବା ପ୍ରଦୂଷଣର ମାତ୍ରା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟ ପଟେ ଟ୍ରାଫିକ ସମସ୍ୟା ଏତେ ବଢିଯାଇଛି ଯେ କହିଲେ ନ ସରେ । ପ୍ରତି ଛକରେ ଟ୍ରାଫିକ କଣ୍ଟ୍ରୋଲ କରିବା ପାଇଁ ପୋଲିସ ଓ ଟ୍ରାଫିକ ଭଲ୍ୟୁଣ୍ଟର ମାନଙ୍କୁ ନିଯୁକ୍ତ କରାଯାଇଛି । ଟ୍ରାଫିକ ପୋଲିସ ଏବଂ ଟ୍ରାଫିକ ଭଲ୍ୟୁଣ୍ଟର ମାନଙ୍କ ଜୀବନ ମଧ୍ୟ ବିପଦ ସଂକୁଳ ଅବସ୍ଥାରେ ଦେଖିବାକୁ ମିଳୁଛି । ଏହି ସମସ୍ୟାକୁ ରୋକିବା ପାଇଁ ରାସ୍ତାକୁ ସଠିକ ଭାବରେ ମରାମତି କରିବା ସହିତ ଯଦି ତୁରନ୍ତ ଏକ ଫ୍ଲାଇ ଓଭର ବ୍ରିଜ ତିଆରି ସହିତ ଇଫକୋ ଛକ ପାଖରେ ଏକ ଗୋଲେଇ ଛକ ନିର୍ମାଣ କରିବାକୁ ପାରାଦ୍ୱୀପ ନାଗରିକ ମଞ୍ଚ ତରଫରୁ ଦାବି କରାଯାଇଛି କ୍ଷ