ଭୁବନେଶ୍ୱର : ସରିଲା କ୍ୟାବିନେଟ ବୈଠକ, ମୁଖ୍ୟମନ୍ତ୍ରୀଙ୍କ ଅଧକ୍ଷତାରେ ବସିଥିଲା ବୈଠକ | 15 ପ୍ରସ୍ତାବରେ ବାଜିଲା ମୋହର | ଆସନ୍ତା 10 ବର୍ଷ ଓଡ଼ିଶା ହେବ ଭାରତୀୟ ହକି ଟିମର ପ୍ରୟୋଜକ | 2033 ପର୍ଯ୍ୟନ୍ତ ପ୍ରୟୋଜକ ରହିବା ନେଇ କ୍ୟାବିନେଟରେ ନିଷ୍ପତି | ବିଦ୍ୟୁତ ବଣ୍ଟନ କମ୍ପାନୀକୁ ମିଳିବ ଆର୍ଥିକ ସହାୟତା | ଓବିଶି କମିଶନ ସଂଶୋଧନ ନେଇ ଆସିଲା ଅଧ୍ୟାଦେଶ, ଅଧ୍ୟାଦେଶକୁ ରାଜ୍ୟ କ୍ୟାବିନେଟର ମୋହର | ଓଡ଼ିଶା ସ୍ୱତନ୍ତ୍ର ଲଘୁ ଖଣିଜ ନୀଲାମି ଅଧିନିୟମରେ ହେବ ସଂଶୋଧନ |
ଆସିବ ସ୍ୱତନ୍ତ୍ର ସଂଶୋଧିତ ଅଧିନିୟମ -2023 | ଓଡ଼ିଶା ଖଦି ଓ ଗ୍ରାମ୍ୟ ଉଦ୍ୟୋଗ ବୋର୍ଡ ଅଧିନିୟମ ରେ ଆସିବ ସଂଶୋଧନ | ଓଡ଼ିଶା ଜଙ୍ଗଲ ସେବା କ୍ୟାଡରର ହେବ ପୁନର୍ଗଠନ | 6 ଲେନ ହେବ କଟକ ଲିଙ୍କ ରୋଡ | ଖାନନଗରରୁ ଲିଙ୍କ ରୋଡ ହେବ 6 ଲେନ ବିଶିଷ୍ଟ | ଏନେଇ ଆହୁତ ଟେଣ୍ଡରକୁ ରାଜ୍ୟ କ୍ୟାବିନେଟର ମୋହର | ଓଡ଼ିଶା ଇଭି ପଲିସୀ -2021 ରେ ହେବ ସଂଶୋଧନ | ଯିପିଏଫ ଅଧିନିୟମ -1938 ରେ ହେଲା ସଂଶୋଧନ | ଅବକାରୀ ମନ୍ତ୍ରାଳୟରେ ନିଯୁକ୍ତି ନେଇ ନୁଆଁ ସର୍ତ୍ତାବଳି | ସହାୟକ, ବରିଷ୍ଠ ସହାୟକ ଓ ସେକ୍ସନ ଅଫିସର ଙ୍କ ନିଯୁକ୍ତି ସର୍ତ୍ତାବଳି | ଆସିଲା ଅବକାରୀ ସବଇନିସ୍ପେକ୍ଟର ନିଯୁକ୍ତି ନେଇ ନୁଆଁ ଅଧିନିୟମ -2023 | ପୂର୍ବରୁ ଥିବା ନିଯୁକ୍ତି ଅଧିନିୟମ ଅକାମି ହେବ |