କୋଟିଆ ଗ୍ରାମ ପଞ୍ଚାୟତ ପାଟୁସିନେରୀ ଓ ଫଗୁଣସିନେରୀ ଗ୍ରାମକୁ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ କାର୍ଯ୍ୟକ୍ରମ

କୋରାପୁଟ /ମନୋଜ ଦାଶଙ୍କ: କୋରାପୁଟ ଜ଼ିଲ୍ଲା ପଟ୍ଟାଙ୍ଗି ବ୍ଲକର ବିବାଦୀୟ କୋଟିଆ ଗ୍ରାମପଞ୍ଚାୟତ ପାଟୁସିନେରୀ ଓ ଫଗୁଣସିନେରୀ ଗ୍ରାମକୁ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ ଗସ୍ତର କାର୍ୟ୍ୟକ୍ରମ ରହିଛି । ଏଇ ପରିପେକ୍ଷୀରେ କୋଟିଆ ପଞ୍ଚାୟତର ମାଡକାର ପୋଲ ପାଖ ରାସ୍ତା ଉପରେ ମାଟି ଗଦା ହୋଇରହିଛି, ଯାହା ଗୋଟେ ପଟେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ ପାଟୁସିନେରୀ ଓ ଫଗୁଣସିନେରୀ ଗସ୍ତ ଓ ଅନ୍ୟ ପଟେ ରାସ୍ତା ଉପରେ ମାଟି ଜମା ହୋଇ ରହିବାକୁ ଅଧିକ ସନ୍ଦେହ ସୃଷ୍ଟି କରୁଛି । କୋଟିଆ ରୁ ପାଟୁସିନେରୀ ଓ ଫଗୁଣସିନେରୀକୁ ଯିବା ରାସ୍ତା ହୋଇ ଥିବାରୁ ଆନ୍ଧ୍ର ଏହି କାର୍ୟ୍ୟ କରିଛି ବୋଲି ସନ୍ଦେହ କରାଯାଉଛି । ଗୋଟେପଟେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ କୋଟିଆ ଗସ୍ତ ଅନ୍ୟ ପଟେ ରାସ୍ତା ଅବରୋଧକୁ ନେଇ ଅଧିକ ସନ୍ଦେହ ସୃଷ୍ଟି କରୁଛି ।