ସମ୍ବଲପୁର:ସମ୍ବଲପୁର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମହାବିଦ୍ୟାଳୟ(ଏନଏସଏସିବି)ର ବରିଷ୍ଟ ଅଧ୍ୟାପକ ଡ.ବିଶ୍ୱରଞ୍ଜନ ଜେନାଙ୍କୁ ଜାତୀୟ ସାମାଜିକ ସେବା ସଂସ୍ଥା (ଏନଏସଏସିବି) ବ୍ୟୁରୋ ରାଜ୍ୟ ସଂଯୋଜକ ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି । ଶ୍ରୀ ଜେନାଙ୍କ ଏହି ନିଯୁକ୍ତି ନେଇ ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷ ତାଙ୍କୁ ସ୍ୱାଗତ ଜଣାଇଛନ୍ତି । ଏନଏସସିବିର ଅଧ୍ୟପକ ଡ.ପଣ୍ଡା ରେଭେନସା ବିଶ୍ୱବିଦ୍ୟାଳୟରୁ ୨୦୧୭ ମସିହାରେ ସମ୍ବଲପୁର ବଦଳି ହୋଇ ଆସିଥିଲେ । ସେ ସମ୍ବଲପୁରରେ ଯୋଗଦାନ କରିବା ପରେ ଜାତୀୟ ସାମାଜିତ ସେବା ସଂସ୍ଥା ଦାୟିତ୍ୱରେ ରହିଥିଲେ ।
ଦୀର୍ଘ ୬ବର୍ଷ ଧରି ବୃକ୍ଷରୋପଣ, ରକ୍ତଦାନ ଶିବିର, ଟ୍ରାଫିକ ସଚେତନକା,ରାସ୍ତା ସୁରକ୍ଷା ସଚେତନକା, କ୍ୟାମ୍ପସ ପରିମଳ ସୁଧାରିବା, ନୂତନ ବଗିଚା ସୃଷ୍ଟି,ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ ପାଇଁ ସ୍ୱେଚ୍ଛାସେବୀଙ୍କୁ ନିୟୋଜନ, ନିଶା ନିବାରଣ, ସ୍ୱଚ୍ଛ ଭାରତ ଅଭିଯାନ,ବର୍ଷା ଜଳ ସଂରକ୍ଷଣ,ସାମ୍ପ୍ରତିକ ସଦଭାବ ରକ୍ଷା କରିବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ ।ଡ. ଜେନା ତାଙ୍କ ପାର୍ଯ୍ୟକାରୀ କରିବା ସହ ଜାତୀୟ ସଂହତି ଶିବିରକୁ ୧୫ ଛାତ୍ରଙ୍କ ଅଂଶଗ୍ରହଣ ,ଶିଶୁଙ୍କ ଅଧିକାରୀ , ଗ୍ରୀନ ସମ୍ବଲପୁର ମିଶନ ଓ ଶୀତଳଷଷ୍ଠୀ ସମୟରେ ଜଳବଣ୍ଟନ କର୍ଯ୍ୟ କରି ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି ।ଏହାଛଡା ପ୍ଲାଷ୍ଟିକ ମୁକ୍ତ ଅଭିଯାନ,ଜଳ ସଂରକ୍ଷଣ ଓ କମ୍ୟୁନୀଟି ରେଡ଼ିଓ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବସାନ ରହିଛି ।ଶ୍ରେଷ୍ଠ ପ୍ରେଗାମ ଅଫିସର ଭାବେ ସେ ରାଜ୍ୟସ୍ତରରେ ପୁରସ୍କୃତ ହୋଇଛନ୍ତି ।
ଡ. ଜେନାଙ୍କ ନେତୃତ୍ୱରେ ଏନଏସସିଭି କଲେଜରେ ଯୁକ୍ତ ଦୁଇ ଓ ତିନି ଏନଏସଏସ ୟୁନିଟ୍ କାର୍ଯ୍ୟକ୍ଷମ ହୋଇଛିାତାଙ୍କର ଦୃଢ଼ ନେତୃତ୍ୱରେ ସମ୍ବଲପୁର ଜିଲ୍ଲାରେ ଏନଏସଏସ କାର୍ଯ୍ୟକ୍ରମ ସଫଳତା କ୍ଷେତ୍ରରେ ଜିଲ୍ଲାବାସୀଙ୍କ ଅକୁଣ୍ଠ ସହଯୋଗ ପାଇଁ ଡ. ଜେନା ଜିଲ୍ଲାବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।