ନୂଆଦିଲ୍ଲୀ: ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ପ୍ରାଥମିକ ରିପୋର୍ଟ ଦାଖଲ କଲା ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ (AAIB) । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ନିକଟରେ ରିପୋର୍ଟ ଦାଖଲ AAIB । ତଦନ୍ତରୁ ମିଳିଥିବା ତଥ୍ୟ ଅନୁସାରେ ପ୍ରାଥମିକ ରିପୋର୍ଟ ଦାଖଲ କରିଛି AAIB । ଗତ ଜୁନ ୧୨ ତାରିଖରେ ଏୟାର ଇଣ୍ଡିଆ ଫ୍ଲାଇଟ୍ AI-୧୭୧ ଲଣ୍ଡନ ଯାଉଥିବା ବେଳେ ଅହମ୍ମଦାବାଦରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଅହମ୍ମଦାବାଦ ଏୟାରପୋର୍ଟରୁ ଉଡ଼ାଣର କିଛି ସମୟ ଭିତରେ ଖସିପଡ଼ିଥିଲା ଏୟାର ଇଣ୍ଡିଆ ବିମାନ । ବିମାନରେ ଥିବା ୨୪୨ ଜଣ ଥିବା ବେଳେ ୨୪୧ ଜଣଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ମାତ୍ର ଜଣେ ବ୍ୟକ୍ତିଙ୍କର ଜୀବନ ବଞ୍ଚିଯାଇଥିଲା । ଦୁର୍ଘଟଣା ପରେ ବିମାନର ଆଗ ବ୍ଲାକ୍ ବକ୍ସରୁ ଗୁରୁତ୍ୱପୂର୍ଣ୍ଣ ଉଡ଼ାଣ ତଥ୍ୟ ସଫଳତାର ସହ ଉଦ୍ଧାର କରିଥିଲା ତଦନ୍ତକାରୀ ଦଳ । ମେମୋରୀ ମଡ୍ୟୁଲ ଆକ୍ସେସ କରାଯାଇଥିଲା ଏବଂ ଏହାର ତଥ୍ୟ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (ଏଏଆଇବି) ଲ୍ୟାବ୍ରେ ଡାଉନଲୋଡ୍ କରାଯାଇଥିଲା।