ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ୧୨୧ ତମ ମନ କି ବାତ କାର୍ୟ୍ୟକ୍ରମ ଅନୁଷ୍ଠିତ

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ କୁହୁଡି ସେବା ସମବାୟ ସମିତି ପରିସରରେ ଆଜି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ୧୨୧ ତମ ମନ କି ବାତ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି । ସେନା ବାହିନୀ ଭଳି କୃଷି କ୍ଷେତ୍ରରେ କାର୍ୟ୍ୟ କରୁଥିବା ଚାଷୀ ଭାଇ ମାନଙ୍କର ଦେଶ ପାଇଁ ବେଶ ଅବଦାନ ରହିଛି । ମନ କି ବାତ ଭଳି ଶ୍ରେଷ୍ଠ କାର୍ୟ୍ୟକ୍ରମ ରେ ଚାଷୀ ଭାଇ ମାନଙ୍କର ଭାଗିଦାରୀ ରହିବା ସହ ଚାଷୀ ମାନେ ଦେଶ ସମ୍ପର୍କରେ ଗ୍ୟାନ ଆହରଣ କରିବା ନିହାତି ଜରୁରୀ । ସେଥିପାଇଁ ଏଭଳି କାର୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା ।ଏହି କାର୍ୟ୍ୟକ୍ରମ ରେ ଟାଙ୍ଗୀ ବ୍ଲକର ବିଭିନ୍ନ ଅଂଚଳରୁ ଓକିଲ ସାମ୍ବାଦିକ. ଚାଷୀ ସମାଜ ସେଵୀ ମାନେ ଯୋଗ ଦେଇଥିଲେ ।


ସମବାୟ ନେତା ପବିତ୍ର ଭୁଜବଳଙ୍କ ସଂଯୋଜନା ରେ ବରିଷ୍ଠ ବିଜେପି ସଂଗଠକ ତଥା ରାଜ୍ୟ ସମବାୟ ସେଲ ର ସଂଯୋଜକ ଶ୍ରୀ ଶ୍ରୀରଂଜନ ମଙ୍ଗରାଜ ଅତିଥି ଭାବେ ଯୋଗ ଦେଇ ମନ କି ବାତ କାର୍ୟ୍ୟକ୍ରମ ସହ ସମସ୍ତେ ଯୋଡି ହେବାପାଇଁ ଆହ୍ୱାନ ଦେଇଥିଲେ । ଏହି କାର୍ୟ୍ୟକ୍ରମରେ ପୁରୀ ସାଂସଦଙ୍କ ପ୍ରତିନିଧି ଦୀନବନ୍ଧୁ ସାହୁ ଟାଙ୍ଗୀ ଓକିଲ ସଙ୍ଘ ସଭାପତି ଭାସ୍କର ପ୍ରସାଦ ମହାନ୍ତି ପୂର୍ବତନ ମଣ୍ଡଳ ସଭାପତି ଶ୍ରୀନବାସ ବିଶ୍ୱାଳ ଟାଙ୍ଗୀ ବ୍ଲକ ସାମ୍ବାଦିକ ସଙ୍ଘ ସଭାପତି ରାମଚନ୍ଦ୍ର ପରିଡା ସାମାଜିକ କର୍ମୀ ବିପିନ ପାଲଟାସିଂସରପଞ୍ଚ ଗୁରୁଦେବ ବେହେରା ସରପଞ୍ଚ ସାମାଜିକ କର୍ମୀ ମନ୍ମଥ ବଲ୍ଳଭ ମାନସିଂ ପ୍ରମୁଖ ଏଥିରେ ସହଯୋଗ କରିଥିଲେ । ଏହି ଅବସରରେ କୁହୁଡି ସେବା ସମବାୟ ସମିତି ର ପ୍ରତିଷ୍ଠାତା ସିଦ୍ଧ କିଶୋର ମାନସିଂ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ସହ ଉତ୍ତରୀୟ ପ୍ରଦାନ କରା ଯାଇଥିଲା ।