ବାରିପଦାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର: ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ  ପ୍ରଚାର କାର୍ଯ୍ୟରେ ଲାଗିପଡିଛନ୍ତି ସମସ୍ତ ରାଜନୈତିକ ଦଳ । କିଏ କେଉଁଠି ଜନସଭା କରୁଛି ତ କିଏ କେଉଁ ଠି  ରୋଡ ଶୋ କରି ପ୍ରଚାର କରୁଛି । କେନ୍ଦ୍ରିୟ ହେବିୱେଟ ଆଶି  ରାଜ୍ୟରେ ଦଳିୟ ପ୍ରାର୍ଥୀଙ୍କ ପାଇଁ କରୁଛନ୍ତି ପ୍ରଚାର । ଏହି ପରିପ୍ରେକ୍ଷୀରେ ପ୍ରଚାର ପାଇଁ ବାରିପଦାରେ ପହଞ୍ଚିଛନ୍ତି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାରିପଦା ସମେତ ତିନୋଟି ଜନସଭାରେ ଯୋଗ ଦେବା ସହ ଦଳୀୟ ପ୍ରାର୍ଥୀ ଙ୍କ ପାଇଁ ଭୋଟ୍ ମାଗିବେ ପ୍ରଧାନମନ୍ତ୍ରୀ ।  ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନିକିଆ ଓଡିଶା ଗସ୍ତରେ ଆସି ପ୍ରଥମେ ବାରିପଦା ଛଉ ପଡିଆରେ ବିଶାଳ ଜନ ସଭାରେ ଉଦବୋଧନ ଦେବେ । ଏହାପରେ ଅପରାହ୍ନ ୨ ଘଟିକା ସମୟରେ ବାଲେଶ୍ବର ଜିଲ୍ଲା  ରେମୁଣା ନରହରି ପଡିଆରେ ହେବାକୁଥିବା ଜନସଭାରେ ସାମିଲ ହେବେ । ଶେଷରେ ଅପରାହ୍ନ ୪ଟାରେ କେନ୍ଦ୍ରାପଡାରେ ଜନସଭା କରିବେ ପ୍ରଧାନମନ୍ତ୍ରୀ । ସେପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ଜିଲ୍ଲା ପ୍ରଶାସନ, ଏସ୍ପିସ୍ ପିଜି କମାଣ୍ଡ ତନତନ କରି ସଭାସ୍ଥଳକୁ ଯାଞ୍ଚ କରୁଛନ୍ତି ।