ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ

(ସୌମ୍ୟ ରଂଜନ ସେଠୀ) : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମଦୋରଦାସ ମୋଦିଙ୍କର ଜନ୍ମ ଦିନ, ମୋଦିଙ୍କୁ ୬୮ ବର୍ଷ ପୁରିଲା । ୧୯୫୦ ମସିହା ସେପ୍ଟମ୍ବର ୧୭ ତାରଖରେ ଗୁଜୁରାଟ ଭଦନଗରରେ ମୋଦି ଜନ୍ମଗ୍ରହଣ କରିଥିଲେ । ଜନ୍ମଦିନ ଅବସରରେ ତାଙ୍କୁ ଶୁଭେଛାର ସୁଅ ଛଟିଛି । ନିଜ ଲୋକସଭା କ୍ଷେତ୍ର ବାରଣାସୀ ଯିବେ ମୋଦି। ସେଠାରେ ପହଞ୍ଚିବା ପରେ କାଶୀ ବିଦ୍ୟାପୀଠ ବ୍ଲକ ନରୌର ଗାଁରେ ପ୍ରାଥମିକ ସ୍କୁଲ ପିଲାଙ୍କ ସହ ମିଶି ଜନ୍ମଦିନ ପାଳିବା ସହ କେକ୍ କାଟିବେ। ଆସନ୍ତାକାଲି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ ।

ଜନ୍ମଦିନ କାର୍ୟ୍ୟକ୍ରମ ସରିବା ପରେ, ଡିରେକା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ କାଶୀ ବିଶ୍ୱନାଥ ମନ୍ଦିରର ପ୍ରଶସ୍ତିକରଣ, ବନାରସରେ ଗତ ଚାରି ବର୍ଷ ମଧ୍ୟରେ ହୋଇଥିବା ବିଭିନ୍ନ ଉନ୍ନତିମୂଳକ କାର୍ୟ୍ୟ ସମ୍ବନ୍ଧରେ ଲୋକଙ୍କୁ ସୂଚନା ଦିଆଯିବାର କାର୍ୟ୍ୟକ୍ରମ ରହିଛି ।