ନୂଆଦିଲ୍ଲୀ: ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ ଆଫ୍ରିକା ଗସ୍ତରେ ଆସିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ବ୍ରିକ୍ସ ବିଜନେସକୁ ମମ୍ବୋଧିତ କରି କହିଛନ୍ତି ଯେ, ଭାରତ ବିଶ୍ୱର ଗ୍ରୋଥ ଇଞ୍ଜିନ ହେବ । ଏହା ସହ ୫ ଟ୍ରିଲିୟନର ଅର୍ଥନୀତି ହାସଲ କରିବ । ସେ ଅହୁରି ମଧ୍ୟ କହିଛନ୍ତି ପ୍ରଯୁକ୍ତି ବିଦ୍ୟା ଯୋଗୁଁ ଦୁର୍ନୀତି, ଭ୍ରଷ୍ଟାଚାର ଅନେକାଂଶରେ କମିଛି । ଖୁବଶୀଘ୍ର ଭାରତ ବିଶ୍ଵ ଅର୍ଥନୀତିର ତୃତୀୟ ସ୍ଥାନରେ ରହିବ। ବୈଶ୍ବିକ କାରବାର କ୍ଷେତ୍ରରେ ଭାରତରେ ବୈପ୍ଲବିକ ପରିବର୍ତ୍ତନ ଆସିଛି । ଭାରତରେ ସବୁଠାରୁ ଅଧିକ ଡିଜିଟାଲ୍ ଟ୍ରାଞ୍ଜାକସନ୍ ହେଉଛି । ଦ୍ରୁତ ବିକାଶ ସହ ପ୍ରତି କ୍ଷେତ୍ରରେ ଭାରତରେ ପରିବର୍ତ୍ତନ ହେଉଛି । ଭାରତରେ ହାଇୱେ, ବିମାନବନ୍ଦର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ର ହେବ ବୋଲି ଦୃଢ଼ ଆଶା ବ୍ୟକ୍ତ କରିଥିଲେ ମୋଦି ।
ଦକ୍ଷିଣ ଆଫ୍ରିକାରେ ଥାଇ ମଧ୍ୟ ଗତକାଲି ବ୍ରିକ୍ସ ବିଜନେସ ଫୋରମରେ ସାମିଲ ହୋଇନଥିଲେ ଚୀନ ରାଷ୍ଟ୍ରପତି ଜିନପିଙ୍ଗ । ତାଙ୍କ ପକ୍ଷରୁ ଚୀନ ବ୍ୟବସାୟିକ ମନ୍ତ୍ରୀ ବକ୍ତବ୍ୟ ରଖିଥିଲେ । ବ୍ରିକ୍ସ ସମ୍ମିଳନୀ ଅବସରରେ କିଛି ନେତାଙ୍କ ସହ ମୋଦି ଦ୍ବିପାକ୍ଷିକ ଆଲୋଚନା କରିବେ ବୋଲି ଜଣାପଡିଛି ।