ପ୍ରଧାନମନ୍ତ୍ରୀ କିସାନ ସମୃଦ୍ଧ କେନ୍ଦ୍ର ଉଦଘାଟନ

ବିଷମକଟକ: ରାୟଗଡା ଜିଲ୍ଲା ବିଷମକଟକ ଠାରେ ପ୍ରଗତି ସମବାୟ ସମିତି ଦ୍ୱାରା ପ୍ରଧାନମନ୍ତ୍ରୀ କିସାନ ସମୃଦ୍ଧ କେନ୍ଦ୍ରର ଉଦ୍ଘାଟନ ହୋଇଯାଇଛି | ମୁଖ୍ୟଅତିଥି ରୂପେ ଜିଲ୍ଲା କୃଷିଅଧିକାରୀ ଶ୍ରୀଯୁକ୍ତ ଅଜୟ କୁମାର ନାୟକ ଯୋଗଦେଇ ରିବନ କାଟି କେନ୍ଦ୍ରର ଶୁଭ ଉଦଘାଟନ କରିଥିଲେ | ସମ୍ମାନୀୟ ଅତିଥି ରୂପେ ଇଫକୋର ସହ କ୍ଷେତ୍ରପରିଚାଳକ ଶ୍ରୀଯୁକ୍ତ ତାପସ କୁମାର ସାହୁ କିସାନ ସମୃଦ୍ଧ କେନ୍ଦ୍ରର ଉପକାରିତା ବିଷୟରେ ସୂଚିତ କରିଥିଲେ |

ପ୍ରଗତି ସମବାୟ ସମିତିର ମୁଖ୍ୟ କାର୍ଯ୍ୟନିଵାହୀ ଅଧିକାରୀ ଶ୍ରୀଯୁକ୍ତ ତପନ କୁମାର ବିଶ୍ୱାଳ ପ୍ରଧାନମନ୍ତ୍ରୀ କିସାନ ସମୃଦ୍ଧ କେନ୍ଦ୍ର ଦ୍ୱାରା ସ୍ଥାନୀୟ ଚାଷୀ ମାନକୁ ଉର୍ନତ କିସମର ସାର, କୀଟନାଶକ ଔଷଧ ଓ ବିହନ ମିଳିବ କହିଥିଲେ ,ଉଦ୍ଘାଟନ ସମୟ ବହୁ ସଂଖ୍ୟ ରେ ଚାଷୀ ଓ ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ |