ନୂଆଦିଲ୍ଲୀ: ସେଣ୍ଟ୍ରାଲ ଭିଷ୍ଟା ଆଭିନ୍ୟୁକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ଏହାଛଡା ଦିଲ୍ଲୀର ଐତିହାସିକ ମାର୍ଗ ରାଜପଥର ନାମ ବଦଳାଇ କର୍ତ୍ତବ୍ୟପଥ ରଖିଛନ୍ତି। ବ୍ରିଟିଶ ଶାସନ ସମୟରେ ସମ୍ପୃକ୍ତ ମାର୍ଗର ନାମ କିଙ୍ଗସୱେ ରହିଥିଲା। ପରେ ଏହାକୁ ରାଜପଥରେ ପରିଣତ କରାଯାଇଥିଲା। ଦିଲ୍ଲୀର ଇଣ୍ଡିଆ ଗେଟରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ରାଜପଥର ଉଭୟ ପାଶ୍ୱର୍ର କ୍ଷେତ୍ରକୁ ସେଣ୍ଟ୍ରାଲ ଭିଷ୍ଟା କୁହାଯାଉଛି। ସମ୍ପୃକ୍ତ ସ୍ଥାନରେ ରାଷ୍ଟ୍ରପତି ଭବନ, ନର୍ଥ ବ୍ଲକ, ସାଉଥ ବ୍ଲକ, ରେଳ ଭବନ, ସଂସଦ ଭବନ, କୃୃଷି ଭବନ, ନିର୍ମାଣ ଭବନ, ପ୍ରତିରକ୍ଷା ଭବନ ଭଳି ଅନେକ ସରକାରୀ କୋଠା ରହିଛି। ଏହାଛଡା ପ୍ରଧାନମନ୍ତ୍ରୀ ମୋଦି ଇଣ୍ଡିଆ ଗେଟ ନିକଟରେ ଥିବା ସ୍ୱାଧୀନତା ସଂଗ୍ରାମୀ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତିର ମଧ୍ୟ ଅନାବରଣ କରିଛନ୍ତି। ଚଳିତ ବର୍ଷ ଜାନୁଆରୀ ୨୩ରେ ସମାନ ସ୍ଥାନରେ ସୁବାଷ ବୋଷରଙ୍କର ଏକ ହର୍ଲମାର୍କ ପ୍ରତିମୂର୍ତ୍ତି ବି ପ୍ରଧାନମନ୍ତ୍ରୀ ବି ଉନ୍ମୋଚନ କରିଛନ୍ତି।